କରୋନା କବଳରେ ମଣ୍ଡଳକାରାଗାର
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କରୋନାର କରାଳଛାୟା ଭିତରେ ଏବେ ଗଞ୍ଜାମ ଜିଲ୍ଲା ଗତି କରୁଛି। ମଣ୍ଡଳକାରାଗାରରେ ରହୁଥିବା କଏଦୀ, କାରାପାଳ ଓ କର୍ମଚାରୀମାନେ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି । ବୁଧବାର ମିଳିଥିବା ସ୍ବାବ୍ ରିପୋର୍ଟ ଅନୁସାରେ, ମଣ୍ଡଳକାରାଗାରରେ ଥିବା ୩୩ ଜଣ କଏଦୀ , କାରାପାଳ ସମେତ ୧୦ ଜଣ କର୍ମଚାରୀ ଏପରି ମୋଟ ୪୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଜେଲ ଡିଆଇଜି ରଘୁନାଥ ମାଝି ସୂଚନା ଦେଇଛନ୍ତି। ଜେଲରେ ବର୍ତ୍ତମାନ ୬୯୨ ଜଣ କଏଦୀ ଅଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି।


