କରୋନା କଲ ସେଂଟରରେ ୧୬ହଜାର ୮ଶହ କଲ ରିସିଭ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ କୋଭିଡ-୧୯ ଉପଲକ୍ଷେ ଚାଲୁଥିବା କରୋନା କଲ ସେଂଟର ପକ୍ଷରୁ ବାହାରୁ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ଲୋକମାନଙ୍କୁ ଆଜି ସୁଧା ପ୍ରାୟ ୧୬ହଜାର ୮ଶହ କଲ ଏହି ସେଂଟରରୁ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ ଏହି କଲ ସେଂଟରରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଥିବା ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୨୫ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଜିଲ୍ଲାର ୧୧ହଜାର ୨୯୩ ଜଣ ଲୋକ ଆଇସୋଲେସନରେ ରହିଛନ୍ତି । ବିଦେଶରୁ ଆସିଥିବା ୫୯୦ଜଣ ଲୋକଙ୍କ ମଧ୍ୟରୁ ଶତକଡା ୫୦ଭାଗ ଲୋକଙ୍କର ୧୪ଦିନିଆ ଓ ୨୮ ଦିନିଆ ଆଇସୋଲେସନ ଅବଧି ଶେଷ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ବାହାରୁ ଆସିଥିବା ୮ହଜାର ୯ଶହ୯ଜଣଙ୍କୁ ପଞ୍ଜିକୃତ କରାଯାଇଛି । ପୂର୍ବରୁ ଜିଲ୍ଲାରୁ ୬୯୮ଟି ସ୍କ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରବିବାର ଆଉ ୫୨ଟି ସ୍କ୍ୱାବ ପରୀକ୍ଷା ପାଇଁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ