କରୋନା କୁ ଖାତିର ନାହିଁ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି ସଫେଇ କର୍ମଚାରୀ
ଗଞ୍ଜାମ:ସାରା ଭାରତରେ ମହାମାରୀ କରୋନା ସଂକ୍ରମଣ ମାଡି ଚାଲିଥିବା ବେଳେ ଏହାକୁ ରୋକିବ ପାଇଁ ଭାରତ ସାରା ଲକଡ଼ାଉନ ଲାଗୁ ହେଇଚି ।ଏହି ସମୟରେ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,ବ୍ଳକ ଓ ଏନଏସି କର୍ମଚାରୀ , ଅଙ୍ଗନାବାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧି, ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣ ରୁ ଜନସାଧାରଣ ଙ୍କୁ ରକ୍ଷା କରିବା ସହିତ ସଚେତନତା ସୃଷ୍ଟି କରୁଛନ୍ତି । ଏଭଳି କ୍ଷେତ୍ରେରେ ନିଜର କର୍ତ୍ତବ୍ୟ ରେ ଆବେହେଳ କରିନାହାନ୍ତି ସଫେଇ କର୍ମଚାରୀ ।ସେହିଭଳି ଗଞ୍ଜାମ ଏନଏସି ର ସ୍ଥାୟି ଓ ଆସ୍ଥାୟି ସଫେଇ କର୍ମଚାରୀ ମାନେ ପ୍ରତିଦିନ ବିଭିନ୍ନ ୱାଡ଼ ରେ ରାସ୍ତାଘାଟ ପରିଷ୍କାର କରିବା ସହଘର ମାନଙ୍କରୁ ଅଳୀଆ ସଂଗ୍ରହକରିବା ରେ ହେଳାକରୁନାହାନ୍ତି । ଅଳିଆ ବୋଝେଇ ଗାଡ଼ିରେ ବଲଟି ମାନଙ୍କରେ ଅଳିଆ ବୋଝେଇ କରି ଏନଏସି ର ନିର୍ଦ୍ଧାରିତ ଅଳିଆ ପକାଇବା ସ୍ଥାନରେ ଅଳିଆ ପକାନ୍ତି ।ଏହି ସଫେଇ କର୍ମଚାରୀ ମାନେ ହୁଇସିଲ ମାରି ଘର ମାନଙ୍କରୁ ଅଳିଆ ସଂଗ୍ରହ କରୁଛନ୍ତି । ବାରମ୍ବାର ଅଳିଆ ଥିବା ବାଲ୍ଟି ଧରିବା ଓ ସେହି ହାତରେ ହୁଇସିଲ ଫୁଙ୍କିବା ଦ୍ୱାରା ମଇଳା ହାତ ସମ୍ପୂର୍କ୍ତ ସଫେଇ କର୍ମଚାରୀ ଙ୍କ ମୁଁହ ରେ ଲାଗୁଚି । ଫଳରେ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଯିବାର ଆଶଙ୍କା ରହିଛି । ତଥାପି ସେମାନେ ନିଜ କର୍ତ୍ତବ୍ୟ ରେ ହେଳା ନ କରି ଦିନକୁ ଦୁଇଥର ସଫେଇ କାର୍ୟ୍ଯ କରିଚାଲିଛନ୍ତି ।ନିଜ କର୍ତ୍ତବ୍ୟ ପ୍ରତି ସଚେତନତା ଥିବା ଏହି ସଫେଇ କର୍ମଚାରୀ ମାନଙ୍କୁ ମୁଁହଁ ରେ ଉତ୍ତମ ମାନର ମାକ୍ସ, ଗୋଲବସ, ବୁଟ, ସାନିଟାଇଜର ପ୍ରଦାନ କରିବା କୁ ଏନଏସି କର୍ତ୍ତୃପକ୍ଷ, ପ୍ରଶାସନ, ନଗର ଉନ୍ନୟନ ବିଭାଗ, ତୁରନ୍ତ ପଦକ୍ଷେପ ନେବା ସହ ଲକଡାଉନ ପର୍ଯ୍ୟନ୍ତ ଅଧିକ ଅର୍ଥିକ ପ୍ରୋତ୍ସହନ , ସପ୍ତାହ କୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି