କରୋନା କୁ ନେଇ କୁନିଝିଅ ର ସଚେତନତା ବାର୍ତା
କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଆଜି କୋଭିଡ଼ ୧୯ ବା କରୋନା ସଂକ୍ରମଣ ବିଶ୍ୱ ଓ ଦେଶବାସୀ ଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଏହାର ସଂକ୍ରମଣ ବଢିବାକୁ ଲାଗିଛି ସମସ୍ତେ ଏହି ମହାମାରୀ ରୁ ବର୍ତ୍ତିବା ପାଇଁ ନିରାକରଣକୁ ନେଇ ଚିନ୍ତିତ ଅଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବଡ କେନ୍ଦୁଗୁଡା ଗ୍ରାମର ଆଦିତ୍ୟ ପଣ୍ଡା ଙ୍କ ୯ ବର୍ଷ ର ଝିଅ ଅନ୍ୱେଷା ଶ୍ରୀଷ୍ଟି ବୟସ ରେ ଛୋଟ ହେଲେ ବି ନିଜର କୁନି ମନରେ ଓଡିଶା ରେ ସଂକ୍ରମିତ କରୋନା ଭୁତାଣୁ କୁ ନେଇ ଚିନ୍ତିତ ପ୍ରତିଦିନ ଟିଭି ରେ କରୋନା ସମ୍ପର୍କିତ ଖବର ଦେଖି କୁନି ଝିଅ ମନରେ ଅନେକ ଅସୁମାରୀ ପ୍ରଶ୍ନ ଉଙ୍କି ମାରିଛି ଏହା ସହ ସେ ଓଡିଶା ବାସୀ ଙ୍କୁ ସଚେତନତା ବାର୍ତା ଦେଇଛନ୍ତି ସଚେତନତା ମାଧ୍ୟମରେ ସେ କରୋନା ସଂକ୍ରମଣ ରୁ ଆମ ସମସ୍ତ ଙ୍କୁ ସୁରକ୍ଷା ଦେବାପାଇଁ ଡାକ୍ତର ସ୍ୱାସ୍ଥକର୍ମି ପୋଲିସ ସଫେଇ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିମାନେ କିଭଳି ଦିନରାତି ଏକ କରି ସୁରକ୍ଷା ଓ ସଚେତନ କରୁଛନ୍ତି ତାହାକୁ ନିଚ୍ଛକ ଭାବେ ନିଜ କୁନି ମନ ରେ ଉଙ୍କି ମାରୁଥିବା ଚିନ୍ତାଧାରା କୁ ବ୍ୟକ୍ତ କରିଛନ୍ତି ଆସନ୍ତୁ ସେ ଗୀତ ରେ କେମିତି କରୋନା ସଚେତନତା ବାର୍ତା ଦେଇ ନିଜର ମନର କଥା କୁ ଦେଶବାସୀଙ୍କ ଉଦେଶ୍ୟ ରେ ସମର୍ପିତ କରିଛନ୍ତି