କରୋନା ଖାଇଗଲା ଧନୀଙ୍କ ସମ୍ପତି

ମୁମ୍ବାଇ: କରୋନା ପ୍ରଭାବରୁ ଧନୀ କିମ୍ବା ଗରିବ କେହି ବି ବର୍ତ୍ତି ପାରିନାହାନ୍ତି । ଏହି ଭୂତାଣୁ ପ୍ରଭାବରେ ଗରିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିଲା ବେଳେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୮% ହ୍ରାସ ପାଇଛି । ଗତ ମାର୍ଚ୍ଚ ୩୧ ସୁଦ୍ଧା ମୁକେଶଙ୍କ ସମ୍ପତ୍ତି ୪୮୦୦ କୋଟି ଡଲାରକୁ ହ୍ରାସ ପାଇଛି । ତାଙ୍କ ସମ୍ପତ୍ତିରେ ୧୯୦୦ କୋଟି ଡଲାର ହ୍ରାସ ଘଟିଛି । ହୁରୁନଦ୍ୱାରା ପ୍ରସ୍ତୁତ ବିଶ୍ୱ ଧନୀ ତାଲିକାରେ ପୂର୍ବରୁ ନବମ ସ୍ଥାନରେ ଥିବା ମୁକେଶ ୧୭ତମ ସ୍ଥାନକୁ ଖସି ଆସିଛନ୍ତି । ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀଙ୍କ ଭିତରେ ମୁକେଶ ଅମ୍ବାନୀ ହେଉଛି ଏକମାତ୍ର ଭାରତୀୟ ନାମ । କରୋନା ପ୍ରଭାବରେ ଆଦାନି ଗ୍ରୁପର ମୁଖ୍ୟ ଗୌତମ ଆଦାନି ସମ୍ପତ୍ତି ୩୭%, ଏଚସିଏଲ ଟେକ୍ନୋଲୋଜିସର ଶିବ ନାଦାରଙ୍କ ସମ୍ପତ୍ତି ୨୬ ପ୍ରତିଶତ ଓ କୋଟାକ ମହିନ୍ଦ୍ରାର ଉଦୟ କୋଟାଜଙ୍କ ସମ୍ପତ୍ତି ୨୮ ପ୍ରତିଶତ ହ୍ରାସ ପାଇଛି । ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀ ତାଲିକାରୁ ବିଦା ହୋଇଛନ୍ତି । ହୁରୁନ ରିପୋର୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅନାସ ରହେମାନ କହିଛନ୍ତି ଯେ, ଷ୍ଟକ ବଜାରରେ ଭାରତୀୟ ଧନୀମାନଙ୍କ ସମ୍ପତ୍ତି ୨୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା କାରଣରୁ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ୫.୨ ପ୍ରତିଶତ କମିଯାଇଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୮% ହ୍ରାସ ଘଟିଛି । କରୋନା ପ୍ରଭାବରେ ସର୍ବାଧିକ ସମ୍ପତ୍ତି ହରାଇଥିବା ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଫ୍ରାନ୍ସର ଫେସନ କମ୍ପାନୀ ଏଲଭିଏସଏଚର ସିଇଓ ବର୍ନାଡ ଆରନଲ୍ଟଙ୍କ ସମ୍ପତ୍ତିରେ ସର୍ବାଧିକ ୩୦୦୦ କୋଟି ଡଲାରର ହ୍ରାସ ଘଟିଛି । ଆମାଜନ ମୁଖ୍ୟ ଜେଫ ବୋଜୋସଙ୍କ ସମ୍ପତ୍ତିରେ ୯ ପ୍ରତିଶତ ହ୍ରାସ ଘଟିଥିବା ବେଳେ ସେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଛନ୍ତି । ବିଲ୍ ଗେଟସଙ୍କ ସମ୍ପତ୍ତି ୧୪% କମିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ