କରୋନା ଛାଟ : ଫିକା ପଡିବ ପାର୍ବଣ ରୁତୁ, ଦୁର୍ଗାପୂଜା ନେଇ ଅନିଶ୍ଚିତତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ପାର୍ବଣ ରୁତୁ ସାଧାରଣ ଭାବେ ଗଣେଷ ପୂଜା ଠାରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ କରୋନା ଯୋଗୁଁ ଗଣେଷ ପୂଜା ପାଳନରେ କଟକଣା ଜାରି ହେବା ପରେ ଏବେ ପୂରା ପାର୍ବଣ ରୁତୁ ନେଇ ସସପେନ୍ସ ଦେଖା ଦେଇଛି। ସରକାର ଓ ପ୍ରଶାସନ ଏନେଇ କୌଣସି ସ୍ପଷ୍ଟ ଗାଇଡ୍ ଲାଇନ୍ ଜାରି କରି ନାହାଁନ୍ତି। ଏଣୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଆୟୋଜିତ ହେଉଥିବା ଅଞ୍ଚଳର ସମସ୍ତ ଦୁର୍ଗାପୂଜା କମିଟି ଏବେ ସରକାରୀ ନିର୍ଦ୍ଦେଶ କଣ ରହୁଛି ତାକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ କରୋନା ପାଇଁ ଚଳିତ ବର୍ଷ ଦଶହରା ପର୍ବ ମଧ୍ୟ ଫିକା ପଡିବା ନେଇ ଏବେ ଠାରୁ ଆଶଙ୍କା କରାଯାଉଛି। କରୋନା ମହାମାରୀ କଟକଣା ଯୋଗୁଁ ଏବର୍ଷ ବହୁ ଯାତ ନୀତି, ପୂଜା ଓ ପର୍ବପର୍ବାଣୀ, ପାରମ୍ପରିକ ଉସ୍ଛବ ବନ୍ଦ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଠାରୁ ଆରମ୍ଭ କରି ଅଞ୍ଚଳର ବହୁ ପାରମ୍ପରିକ ପୂଜା ବନ୍ଦ ହୋଇ ଯାଇଥିଲା।ତେବେ ଦୁର୍ଗାପୂଜା ନେଇ ପ୍ରଶାସନ କୌଣସି ଘୋଷଣା କରିନାହିଁ। କିନ୍ତୁ ଗଣେଷ ପୂଜା ପରେ ପରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହାପରେ ଆସିବ ବିଶ୍ବକର୍ମା ପୂଜା। ଏହା ମଧ୍ୟ ନିରାଡାମ୍ବର ଭାବେ ପାଳନ ହେବା ଏକପ୍ରକାର ନିଶ୍ଚିତ ହୋଇ ସାରିଲାଣି। ଆଶା ଆଶଙ୍କା ମଧ୍ୟରେ ସମସ୍ତେ ରହିଥିବାରୁ ଦୂର୍ଗା ପୂଜା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇ ପାରୁନି। ଶୁଭଖୁଣ୍ଟି ଓ ମାଟି ପୂଜା ମଧ୍ୟ ସଂପର୍ଣ୍ଣ ହୋଇ ପାରୁନି। ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ବହୁ ବର୍ଷ ଧରି ଦୁର୍ଗାପୂଜା ହୋଇ ଆସୁଛି। ତେବେ ଚଳିତ ବର୍ଷ ଏଯାବତ୍ କୌଣସି ପ୍ରସ୍ତୁତି ହୋଇନାହିଁ।କରୋନା ସଂକ୍ରମଣ କାରଣରୁ ପ୍ରଶାସନ ସବୁ ପର୍ବପର୍ବାଣୀ ବନ୍ଦ କରୁଥିବାରୁ ଏବର୍ଷ ଦୁର୍ଗାପୂଜା ମଧ୍ୟ ବନ୍ଦ ହୋଇପାରେ ବୋଲି ଏକ ପ୍ରକାର ନିଶ୍ଚିତ ମନେ ହେଉଛି। ସୂଚନା ଯୋଗ୍ୟ ଯେ, ବାଲିଗୁଡାରେ ମା’ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗ ତରଫରୁ ବହୁ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି। ତେବେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର କୌଣସି ନିର୍ଦେଶ ଏଯାବତ୍ ଆସି ନଥିବାରୁ ମୃଣ୍ମୟୀ ମୂର୍ତ୍ତି ପୂଜା ବନ୍ଦ ହେଲେ ମଧ୍ୟ ଏଠାରେ ବିଧିବିଧାନ ପାଳନ ସହ ଦୁର୍ଗାଙ୍କ ଫଟୋ ପୂଜା କରାଯାଇ ହୋମଯଜ୍ଞ ଓ ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ ଆଦି କରାଯିବା ନେଇ ଆୟୋଜକ କମିଟିର ସଦସ୍ୟ ମାନେ କହିଛନ୍ତି। ଯାହା ଫଳରେ କି ଚଳିତବର୍ଷ ଦଶହରାରେ ମୂର୍ତ୍ତି ପୂଜା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ