କରୋନା ଛାଟ ; ୭ଦିନରେ ୫୭ହଜାର ଟଙ୍କା ଜୋରିମାନା ଆଦାୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଏବେ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଏବେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଅଞ୍ଚଳରେ ଗତ ୧୫ଦିନ ମଧ୍ୟରେ କେତେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୮ଜଣ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଆଖିଆଗରେ ରଖି କୋଭିଡ ଆଇନକୁ କଡାକଡି କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଯାଇଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ମଞ୍ଜୁରୀରୋଡ, ଆଖୁଆପଦା, ଛଞ୍ଚିଣା, ଛତାବର, କୁଲଣା, ସରସଦା, ମାଳଦା, ରଣଜିତ ପ୍ରମୁଖ ସ୍ଥାନ ମାନଙ୍କରେ ଚଢାଉ କରାଯାଇ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଚଢାଉର ପ୍ରଥମ ଦିନରେ ଅମାନିଆଙ୍କ ଠାରୁ ୫୫୦୦, ଦ୍ୱିତୀୟ ଦିନରେ ୭୦୦୦, ତୃତୀୟ ଦିନରେ ୭୫୦୦, ଚତୁର୍ଥ ଦିନରେ ୮ହଜାର୫୦୦, ପଞ୍ଚମ ଦିନରେ ୯ହଜାର୨୦୦, ଷଷ୍ଠ ଦିନରେ ୮୪୦୦ ଓ ସପ୍ତମ ଦିନରେ ୧୧ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଅମାନିଆ ଗାଡି ଚାଳକ, ବ୍ୟବସାୟୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ଠାରୁ ମୋଟ୫୭ହଜାର ୧୦୦ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି ।


