କରୋନା ଟୀକା ଗ୍ରହଣ କଲେ…

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସଂମ୍ପ୍ରତି ମହାମାରୀ କରୋନା ଭୁତାଣୁର ପ୍ରକୋପ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ଘାତକ ସାବ୍ୟସ୍ତ ରଚିଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ପ୍ରତିଟି ଅମୂଲ୍ୟ ଜୀବନର ସୁରକ୍ଷା ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ତ୍ୱାରୋପ କରିଥିବା ବେଳେ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସ ଜାରୀ ରଖିଛନ୍ତି । ପ୍ରାଥମିକତା ଭିତ୍ତିରେ   ସମ୍ମୁଖ କରୋନା ଯୋଦ୍ଧା, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ ଓ ୧୮ରୁ ୪୪ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଟୀକାକରଣ କେନ୍ଦ୍ର ଗୁଡ଼ିକରେ ପ୍ରତିଷେଧକ କରୋନା ଟୀକା ପ୍ରଦାନ କରାଯାଇଥିଲା । ଏହାର ଶତ ପ୍ରତିଶତ ସଫଳତା ହାସଲ ପରେ ପ୍ରୟୋଗାତ୍ମକ ଭାବେ ୧୫ରୁ ୧୮ ବର୍ଷ ବୟସର ଶିଶୁଙ୍କୁ ଟୀକା ପ୍ରଦାନ ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ପାଇଁ ସହରାଞ୍ଚଚଳ ସମେତ ଗ୍ରାମାଞ୍ଚଳ ସ୍ତରରେ ଟୀକାକରଣରୁ ବଞ୍ଚିତ ହୋଇଥିବା ଶିଶୁ ମାନଙ୍କୁ ଟୀକା ପ୍ରଦାନ ଲକ୍ଷ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟ ଖୋଲିବା ପରେ ଟୀକା ଗ୍ରହଣ କରିନଥିବା ୯ମ ଓ ୧୦ମ ଶ୍ରେଣୀର ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ମାନଙ୍କୁ ଟୀକା ପ୍ରଦାନ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ସୋମବାର ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ୫୬ ଜଣ ଶିକ୍ଷାର୍ଥୀଙ୍କୁ ପ୍ରଥମ ଡୋଜ ଓ ୭୧ ଜଣ ଶିକ୍ଷାର୍ଥୀଙ୍କୁ ୨ୟ ଡୋଜ ଟୀକା ପ୍ରଦାନ କରାଯାଇଛି । ସେହିପରି ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ୧୭ ଜଣ ଶିକ୍ଷାର୍ଥୀଙ୍କୁ ୨ୟ ଡୋଜ କୋଭିଡ ଟୀକା ପ୍ରଦାନ କରାଯାଇଛି ।  ବେଲଗାଁ ଗୋଷ୍ଠୀ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ମିନତି ବେହେରା, ରିଙ୍କୁ ବେହେରା ଟୀକା ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ମିନତି ପାତ୍ର ଓ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ