କରୋନା ଠାରୁ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ଭୟଙ୍କର : ସମାଜବାଦୀ ପାର୍ଟି

ଭୁବନେଶ୍ୱର, : କରୋନା ମହାମାରୀ ସମୟରେ ଗଣତାନ୍ତ୍ରିକ ଅଧିକାର ଉପରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା ଓ ପ୍ରତିବାଦ କରିବା ଉପରେ ଯେଉଁ ରୋକ ଲଗାଇଛନ୍ତି ଏହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଘୋର ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, କରୋନା ସଂକ୍ରମଣ ସମୟରେ ୭ ରୁ ଅଧିକ ଲୋକ କୌଣସି ଗୋଟିଏ ଜାଗାରେ ଏକାଠି ହୋଇ ପ୍ରତିବାଦ ବା ବିକ୍ଷୋଭ କରିପାରିବେ ନାହିଁ ବୋଲି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ପକ୍ଷରୁ ବହୁ ପୂର୍ବରୁ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଯଦି କେହି ଏହି ଆଇନ୍‌ର କେହି ଉଲ୍ଲଙ୍ଘନ କରନ୍ତି, ତା’ହେଲେ ତାଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ ହେବାକୁ ବା ଜୋରିମାନା ଦେବାକୁ ପଡ଼ିବ । କିନ୍ତୁ ପ୍ରତିବାଦ ଓ ବିକ୍ଷୋଭ ଉପରେ ରୋକ୍ ଲଗାଯାଇପାରିବ ନାହିଁ । ନିକଟ ଅତୀତରେ ଆମ୍ଭେମାନେ ଜରୁରୀ ପରିସ୍ଥିତିର ୪୫ତମ ବାର୍ଷିକୀ ପାଳନ କରିଛେ । ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା କିମ୍ବା ପ୍ରତିବାଦ କରିବାର ଅଧିକାର ଆମେ ବହୁ ମୂଲ୍ୟ ଦେଇ, କଷ୍ଟ ସ୍ୱୀକାର କରି ହାସଲ କରିଛେ । ବହୁ ସଂଗ୍ରାମୀଙ୍କୁ ଏହି ଅଧିକାର ପାଇବା ପାଇଁ ଫାଶୀ ଓ ଗୁଳିର ସାମ୍‌ନା କରିବାକୁ ପଡ଼ିଛି । ସ୍ୱାଧୀନତାର ୭୩ ବର୍ଷ ପାଳନ ଅବସରରେ ଯଦି ପୁଣି ଥରେ ଆମର ସ୍ୱାଧୀନତା ଉପରେ ଏଭଳି ଆକ୍ରମଣ ହୁଏ, ତାହା ନିଶ୍ଚିତ ଭାବରେ ଅସହ୍ୟ ଏବଂ ଏହି ଗଣତାନ୍ତ୍ରିକ ଅଧିକାର ପାଇଁ ଲଢେଇ ହେବା ଆବଶ୍ୟକ ବୋଲି ଶ୍ରୀ ବେହେରା ଏକ ପ୍ରେସ୍ ବିବତିରେ କହିଛନ୍ତି । ଭୁବନେଶ୍ୱର, ମହାନଗର ନିଗମ କର୍ତୃପକ୍ଷ ତୁରନ୍ତ ଏହି ପ୍ରତିରୋଧକୁ ପ୍ରତ୍ୟାହାର ନକଲେ ଏହାର ଦୃଢ ପ୍ରତିବାଦ କରିବାକୁ ବେହେରା ସମସ୍ତ ବାମ ଗଣତାନ୍ତ୍ରିକ ଦଳମାନଙ୍କୁ ଆହ୍ୱାନ କରିଛନ୍ତି । କାରଣ ମହାନଗର ନିଗମର ଏହି ପଦକ୍ଷେପ ନାଗରିକର ସାମ୍ବିଧାନିକ ଅଧିକାର ଉପରେ ଏକ ଅତିକ୍ରମଣ । କରୋନା ସଂକ୍ରମଣଠାରୁ ଏହି ଅତିକ୍ରମଣ ଅଧିକ ଭୟଭୀତର ଏବଂ ତାହାର ପ୍ରତିବାଦ ଆଜିର ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ