କରୋନା ଡିସଚାର୍ଜ ପାଇଁ ନୂଆ ଗାଇଡଲାଇନ
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ସେଗୁଡ଼ିକ ହେଲା:
୧- ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପ୍ରତିଦିନ ତାପମାତ୍ରା ମନିଟରିଂ ହେବ।
୨- ୧୦ ଦିନ ଧରି ଲକ୍ଷଣ ଦେଖାନଗଲେ ଡିସଚାର୍ଜ ।
୩- ଡିସଚାର୍ଜ ପରେ ୭ ଦିନ ଯାଏଁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ।
୪- ଡିସଚାର୍ଜ ପରେ ଲକ୍ଷଣ ଦେଖାଦେଲେ, କୋଭିଡ କେୟାର ସେଣ୍ଟର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
୫- ମଧ୍ୟମ ଧରଣର ଲକ୍ଷଣ ଥିଲେ ୭ ଦିନ ଯାଏଁ ମନିଟରିଂ ।
୬- ୩ ଦିନ ଯାଏଁ ଜ୍ୱର ଓ ୪ ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମନଟରିଂ ହେବ ।
୭- ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନ ନେବାରେ ସ୍ଥିରତା ଆସିଗଲେ ଡିସଚାର୍ଜ ।
୮- ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ ।
୯- ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ ।
୧୦- ଲଗାତାର ୪ ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହେବେ ।
୧୧- ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ହୋଇପାରିବେ ।