କରୋନା ଦାଉରୁ ସୁରକ୍ଷା ପାଇଁ ଗଜପତି ଏସପିଙ୍କ ଗୀତ ଲୋକାର୍ପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଲୋକଙ୍କୁ ସଚେତନ କରିବା ସହ କରୋନା ଦାଉରୁ ସୁରକ୍ଷା ପାଇଁ ଗଜପତି ଏସପି ସାରା ଶର୍ମା ପୁଣି ଏକ ଭିନ୍ନ ପ୍ରୟାଶ ଆରମ୍ଭ କରିଛନ୍ତି । ଏକ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନା କରିବା ପାଇଁ ଓଡିଆ ଭାଷାରେ ଗୀତ ଗାଇଛନ୍ତି । ଏହି ଗୀତକୁ ଗଜପତି ଜିଲ୍ଲାବାସୀଙ୍କ ସମେତ ସାରା ଓଡିଶାବାସୀଙ୍କ ସୁରକ୍ଷା ଓ ସଚେତନା ପାଇଁ ଲୋକାର୍ପିତ କରାଯାଇଛି । ଗୀତଟି ସାଧାରଣ ଲୋକେ ବୁଝିବା ଭଳି ଅତ୍ୟନ୍ତ ସରଳ ଓ ସୁମଧୁର କଣ୍ଠରେ ଗାନ କରାଯାଇଛି । କରୋନା ଦାଉରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜକୁ କିପରି ରକ୍ଷା କରି ସଦାସର୍ବଦା ଯେପରି ସଚେତନ ରହିବେ ସେହି ଉଦ୍ଦେଶ୍ୟ ନେଇ ଗୀତଟି ଗାନ କରାଯଇଛି । ଗଜପତି ଏସପି ସାରା ଶର୍ମା ଓ ହିମାଂଶୁ ପଟ୍ଟନାୟକ ଗୀତଟିକୁ ଗାଇଥିବା ବେଳେ ଗୀତର ରଚନା କରିଛନ୍ତି ମମତା ପଟ୍ଟନାୟକ । ପାରଳାର ପ୍ରଖ୍ୟାତ ସଂଗୀତଜ୍ଞ ଗୁରୁଶ୍ରୀ ରଘୁନାଥ ପାତ୍ରଙ୍କ ତତ୍ୱାବଧାନରେ ଗୀତଟି ରେକର୍ଡିଂ କରାଯାଇଥିଲା । ସାଧାରଣଙ୍କ ଉଦ୍ଦେଶ୍ୟରେ ଗୀତଟିକୁ ଫେସବୁକ୍ ଦ୍ୱାରା ଲୋକାର୍ପିତ କରାଯାଇଛି । ଆଜି ଠାରୁ ଏହି ଗିତଟି ସାଧାରଣଙ୍କ ଠାରେ ଭାଇରାଲ ହେବା ସହ ବେଶ ଆଦରଣୀୟ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ