କରୋନା ନିୟମକୁ ଉଲଘଂନ ବେପରୁଆ ଭାବେ ଚାଲିଛି ଘରୋଇ କୋଚିଂ ସେଂଟର

ନାଉଗାଁ, : କରୋନା ପରି ଏକ ଭୂତାଣୁ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ଠାରୁ ଦେଶ , ବିଦେଶ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତା ଘାରିଛି । ଏହି ଭୁତାଣୁରେ ସଂକ୍ରମିତ ହେଲେ ସୁସ୍ଥ ହେବା ପାଇଁ କୌଣସି ପ୍ରତିଷେଧକ ବାହାରି ପାରିନାହିଁ । ଯାହାପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ ପଡିଛି । କରୋନାରେ ପ୍ରତ୍ୟେକ ଦିନ ଶତାଧିକ ଲୋକ ମୃତ୍ୟୁବରଣ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଉକ୍ତ ଭୁତାଣୁ ଜନିତ ରୋଗରୁ ନିଜକୁ ସୁସ୍ଥ ରଖିବା ପାଇଁ ସଚେତନ ହେବା ଜରୁରୀ ହୋଇ ପଡିଛି । ଓଡିଶାକୁ କିପରି କରୋନା ଭୁତାଣୁ ଆକ୍ରାନ୍ତ ନକରେ ସେଥିପାଇଁ ରାଜ୍ୟ ସରକାର ଏହାକୁ ଜାତୀୟ ବିପତି ବୋଲି ଘୋଷଣା କରିବା ସହିତ ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୁରେଇ ରହିବା ସହିତ ସଭା, ସମିତି, ଭୋଜି, ଯାତ୍ରା, ମହଲ, ଫିଲ୍ମ ହଲ, ସମସ୍ତ ବିଦ୍ୟାଳୟ,ଘରୋଇ କଂଚିଙ୍ଗ ସେଂଟର, କଲେଜ, ଅଙ୍ଗନୱାର୍ଡୀ କେନ୍ଦ୍ର ଆଦି ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କରୋନାକୁ କିପରି ମୁକାବିଲା କରାଯାଇ ପାରିବ ସେଥିପ୍ରତି ସ୍ୱତନ୍ତ ଟିମ ମଧ୍ୟ ଗଠନ କରାଯାଇଛି । ଏସବୁ କଟକଣା ସତ୍ୱେ ନାଉଗାଁ ବ୍ଳକରେ ବେଧଡକ ଭାବେ ଘରୋଇ କୋଚିଂ ସେଂଟର ଚାଲିଛି । ଯେଉଁ କୋଚିଂ ସେଂଟରରେ ଶତାଧିକ ଛାତ୍ରଛାତ୍ରୀ ବସିବା ସହିତ ପାଠ ପଢୁଥିବାର ଦେଖାଯାଇଛି । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ୱେ ଏହି ବ୍ଳକରେ କିପରି କୋଚିଂ ସେଂଟର ମାନ ଖୋଲାଯାଇଛି ଓ ପ୍ରଶସାନ କିପରି ଜାଣି ନ ଜାଣିଲା ପରି କାର୍ଯ୍ୟ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆହୁରି ମଧ୍ୟ ଦେଖିବାକୁ ଗଲେ ମହାବିଦ୍ୟାଳୟର କୌଣସି ଅଧ୍ୟାପକ କୋଚିଂ ସେଂଟରରେ ପଢାଇବାର କଟକଣା ରହିଥିଲେ ମଧ୍ୟ ଅଧ୍ୟାପକମାନେ ବେପରୁଆ ଭାବେ ଆସି ପାଠ ପଢାଉଥିବା ଦେଖୁବାକୁ ମିଳିଛି । କରୋନା ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ ପଡିଥିବା ବେଳେ କେତେକ ସ୍ୱାର୍ଥବାଦୀ ଲୋକ ନିଜର ସ୍ୱାର୍ଥ ପାଇଁ ପିଲାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ କୋଚିଂ ସେଂଟର ଚଳାଉଥିବାରୁ ବୁଦ୍ଧିଜୀବି ମହଲରେ ଦୃଢ ନିନ୍ଦା କରାଯାଇଛି । ଏହା ଉପରେ ପ୍ରଶସାନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ