କରୋନା ନେଇ ମିଛ ଖବର: କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରାନ୍ତରେ ଅନେକ ମିଛ ଖବର ପ୍ରସାରିତ ହେଉଥିବାରୁ ସୁପି୍ରମକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ମିଛ ଖବର ରୋକିବା ଦିଗରେ କଠୋର ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି । କରୋନା ସଂକ୍ରାନ୍ତରେ ବାସ୍ତବ ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ୨୪ ଘଣ୍ଟା ମଧ୍ୟରେ ଏକ ପୋର୍ଟାଲ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଭାଇରସ ଅପେକ୍ଷା ଆତଙ୍କ ଅଧିକ ଲୋକଙ୍କ ଜୀବନ ନେଇଯିବା ତେଣୁ କେନ୍ଦ୍ର ସରକାର ଏ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରନ୍ତୁ । ସେହିପରି ପଳାୟନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ଲୋକମାନଙ୍କୁ ଖାଦ୍ୟ, ଆଶ୍ରୟ ଓ ମେଡିକାଲ ଆବଶ୍ୟକତା ପୂରଣ କରାଯାଉଥିବା ନେଇ କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ ବୋଲି କୋର୍ଟ କହିଛନ୍ତି ।