କରୋନା ପାଇଁ ଖଣି ଓ କାରଖାନା ବନ୍ଦ ହେବ ନାହି ସ୍ପଷ୍ଟ କଲେ ଚମ୍ପୁଆ ଉପଜିଲ୍ଳାପାଳ

ଯୋଡା:କରୋନା ପାଇଁ ଲକ ଡାଉନ ସମୟରେ ଖଣି କାର୍ଯ୍ୟ ଓ ପରିବହନ ବନ୍ଦ ହେବ ନାହି । ଏହାକୁ ଆଜି ଯୋଡା ର ଲକ ଡାଉନ ସ୍ଥିତ ଅନୁଧ୍ୟାନ ପାଇଁ ଯୋଡାକୁ ଆସିଥିବା ସମୟରେ ଚମ୍ପୁଆ ଉପଜିଲ୍ଳାପାଳ ପ୍ରତାପ ପ୍ର୍ରତିମୟ ସ୍ପଷ୍ଟ କରିଛନ୍ତି । ତେବେ ମିଳିଥବା ସୁଚନା ଅନୁଯାୟୀ ଜଣାପଡିଛି ଯେ, କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, କରୋନା ପାଇଁ ଦେଶରେ ଥିବା ଇସ୍ୱାତ କାରଖାନାରେ ଉତ୍ପାଦନରେ ବାଧାଦେଖାଦେଇଛି । କାରଖାନାକୁ ଶ୍ରମିକ ପ୍ରବେଶ କରିବା, କଂଚା ମାଲ ଆସିବା ଓ ଉତ୍ପାଦନ ଫିନିଶ ଇସ୍ପାତ ଅନ୍ୟ କାରଖାନାକୁ ଯିବା ପାଇଁ ଅସୁବିଧା ଦେଖାଦେଇଛି । ଯାହାଫଳରେ କି ଷ୍ଟିଲ କାରଖାନାଗୁଡିକ ଉତ୍ପାଦନରେ ବାଧାଦେଖାଦେଇଛି । ଏହିସବୁ କାରଖାନାକୁ ଚଳାଇବା ପାଇଁ ଲୁହାପଥର, ମାଙ୍ଗନିଜ, କୋଇଲା ,କ୍ରୋମାଇଟ , ଡଲମାଇଟ,ଲାଇମ ଷ୍ଟୋନ ଖଣି ସହିତ ସ୍ପଞ ଆଇରନ,ଫେରଲୟଜ, ଆଇରନ ଓର ପିଲେଟ କାରଖାନା ଗୁଡକ ବନ୍ଦ ନ କରିବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶଯୋଗ୍ୟ କି କାରଖାନରୁ ଉତ୍ପାଦିତ ହେଉଥିବା କୋଇଲା ଯୋଗାଣ, ଶକ୍ତି ଉତ୍ପାଦନ, ଷ୍ଟିଲ ଉତ୍ପାଦନ, ସାର ଉତ୍ପାଦନ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣନା କରାଯାଇଥବବାରୁ କଂଚାମାଲ ଯୋଗାଉଥବା ଖଣି ଓ କାରଖାନା ଗୁଡିକ ବନ୍ଦ ନ କରିବା ପାଇଁ ଏହି ନିଷ୍ପତି େ ନଇଛନ୍ତି । ସରକାର ତାଙ୍କ ନିେର୍ଦେଶନାମାରେ ଖଣି ଓ କାରଖାନାକୁ କଂଚାମାଲ ପରିବହନ ଓ ଶ୍ରମିକ ମାନଙ୍କୁ ତାଙ୍କ କାର୍ଯ୍ୟ ନିମନ୍ତେ ଛାଡିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦେଶ କରିଛନ୍ତି । ସରକାରଙ୍କ ଏପରି ନିଷ୍ପତି ପରେ ଯୋଡା ଖଣି ଅଂଚଳର ଶ୍ରମିକନେତା ମହେଶ୍ୱର ରାଉତ କହିଛନ୍ତି ଯେ, ସରକାର ଖଣିରେ କାର୍ଯ୍ୟକରୁଥିବା ସମସ୍ତ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ କରୋନାରୁ ସୁରକ୍ଷିତ ରହିବା ପାଇଁ ସମସ୍ତ ପ୍ର୍‌କାର ପ୍ର୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ