କରୋନା ପାଇଁ ଗଜପତିରେ ବନ୍ଦ ହେଲା ସମସ୍ତ ମଲ୍ ଓ ପର୍ଯ୍ୟଟନସ୍ଥଳୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ପାରଳା ସହରର ସମସ୍ତ ମଲ୍ ଏବଂ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଧେଶକ୍ରମେ ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଆଜି ସକାଳ ସମୟରେ ପାରଳା ସହରରେ ରହିଥିବା ବାରଟାମ ସପିଙ୍ଗ ମଲ୍‌,ଜେ ମାର୍ଟ,ମାଇ ଷ୍ଟୋର ଆଦି ସମସ୍ତ ମଲ୍‌କୁ ଯାଇ ସେଗୁଡିକୁ ବନ୍ଦ କରିଥିଲେ । ସେହିପରି ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗଣ୍ଡାହାତୀ ଜଳ ପ୍ରପାତ,ଚନ୍ଦ୍ରଗିରି ଜିରାଙ୍ଗ ସ୍ଥିତ ବୈଦ୍ଧ ବିହାର ସହ ଅନ୍ୟାନ୍ୟ କେନ୍ଦ୍ରକୁ ମଧ୍ୟ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପାରଳାଖେମୁଣ୍ଡି ସହର ତଥା ଜିଲାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ସିନେମାହଲ ଗୁଡିକୁ ବନ୍ଦ କରାଯାଇଛି । ପାରଳାଖେମୁଣ୍ଡି ସହରରେ ଡାକବାଜି ଯନ୍ତ୍ର ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କରୋନା ଭାଇରସ ଯୋଗୁଁ ଭାଇରସ ଠାରୁ ଦୂରେଇ ରହିବାପାଇଁ ବିଭିନ୍ନ ସଚେତନତା ବାର୍ତ୍ତା ଜନସାଧାରଣଙ୍କୁ ଦିଆଯାଉଛି । ମୁଖ୍ୟତଃ କାଶ, ଶର୍ଦ୍ଦି, ଛିଙ୍କ, ଇତ୍ୟାଦି ହେଉଥିବା ବ୍ୟକ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ସେହିପରି ବାରମ୍ବାର ହାତକୁ ଭଲ ଭାବେ ପରିସ୍କାର ରଖିବା ଏବଂ ହାତକୁ ମୁହଁ,ନାକ ଓ ଆଖିରେ ନ ଲଗାଇବା ସହ ମୁଁହରେ ମାସ୍କ ବ୍ୟବହାର କରିବାକୁ ସଚେତନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ