କରୋନା ପାଇଁ ଜିଲ୍ଲାରେ ୧୪୪ ଧାରା ଜାରି, ମଲ୍ ଓ ଦୋକାନ ବଜାର ବନ୍ଦ

ଛତ୍ରପୁର ; ସ୍ଥିତି ଗମ୍ଭୀର ନାହିଁ ତଥାପି ସଜାଗ ରହିବା ପାଇଁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । କରୋନା ଭାଇରସ୍ ସଂକମ୍ରଣ କୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଂଟା ଭିଡିଛନ୍ତି । ଏଥିପାଇଁ ଗଂଜାମ ଜିଲ୍ଲାରେ ରବିବାର ରାତି ଠାରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୪୪ ଧାରା ଲାଗୁ କରିଛନ୍ତି । ଅନ୍ୟ ପଟେ ସୋମବାର ପୂର୍ବାହ୍ନରେ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ବିଭିନ୍ନ ଦୋକାନ ବଜାର ବନ୍ଦ କରାଯାଇଥିଲ।। ସନ୍ଧ୍ୟରେ ମଧ୍ୟ ଖୋଦ୍ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତ ରହି ସାଧାରଣ ଓ ବ୍ୟବସାୟୀ ମାନଙ୍କୁ କରୋନା ଭାଇରସ୍ ସଂପର୍କରେ ବୁଝାଇବା ସହ ସଚେତନ ରହି ତାହାର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପନିପରିବା, କିରାଣୀ ଦୋକାନ ଓ ଔଷଧ ଦୋକାନ ଗୁଡିକ ଖୋଲା ରହିବ । ଅନ୍ୟ ସମସ୍ତ ଛୋଟ ଠାରୁ ଆରମ୍ଭ କରି ବଡ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ । ଏହିପରିପ୍ରେକ୍ଷୀରେ ଛତ୍ରପୁର ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ଲୋକ ଏବଂ ବ୍ୟବସାୟୀ ମାନଙ୍କୁ ସଚେତନ କରାଯାଉଛି । ଆଜି ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରିକାପଲ୍ଲୀ, ବଡନାଜର ଓ ଅପରବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦୋକାନ ବଜାର ପ୍ରସାଶନ ପକ୍ଷରୁ ବନ୍ଦ କରାଯାଇଥିଲା । ଷ୍ଟାଇଲ ବଜାର, ଏବଂ ବଡ ବଡ ମହଲ ଏବଂ ଲୁଗା ଦୋକାନ ଗୁଡିକୁ ମଧ୍ୟ ବନ୍ଦ କରାଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ,ଅତିରିକ୍ତ ଥାନା ଅଧିକାରୀ ଲକ୍ଷବଚ୍ଚ ସେଠୀ, ଛତ୍ରପୁର ଏନଏସିର ଗୈାରହରି ପଣ୍ଡା , ଯୁଗଳ କିଶୋର ଦାସ, ଜଗଦୀଶ ରେଡ୍ଡୀଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ