କରୋନା ପାଇଁ ପରଦାକୁ ଆସିଲାନି ଭାଇଜାନଙ୍କ ସିନେମା
ଡିସେମ୍ବର ୨୫ରେ ଅମୀର ଖାନ, ଦୀପାବଳିରେ ଶାହରୁଖ ଓ ଇଦରେ ସଲମାନ ଖାନଙ୍କୁ ଦେଖିବାକୁ ମିଳେ ପରଦାରେ । ମାନେ ନୂଆ ସିନେମା ସହ ସେମାନେ ଆସନ୍ତି ମଇଦାନକୁ । କିନ୍ତୁ ଏଥର କରୋନା ଭାଇଜାନଙ୍କ ମୁଡ଼ ଖରାପ କରିଦେଇଛି । ଚଳିତ ବର୍ଷ ଇଦରେ ସଲମାନଙ୍କ ଚଳଚ୍ଚିତ୍ର ‘ରାଧେ-ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ମୁକ୍ତିଲାଭ କରିବାର ଯୋଜନା ଥିଲା । ଏଥିସହ ଏହି ସମୟରେ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ’ ବି ମୁକ୍ତିଲାଭ କରିଥାନ୍ତା । ଇଦରେ ବଡ଼ ପରଦାରେ ସଲମାନ ଓ ଅକ୍ଷୟଙ୍କ ଦମଦାର ଲଢେ଼ଇ ଦେଖିବାର ସୁଯୋଗ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ କରୋନା ମହାମାରୀ ସବୁ ଯୋଜନାକୁ ଫସର ଫଟେଇ ଦେଇଛି । ପ୍ରଥମ ଥର ପାଇଁ ବିନା ସଲମନଙ୍କ ଚଳଚ୍ଚିତ୍ରରେ ଇଦ ପାଳିତ ହୋଇଛି । ୨୦୦୯ ରୁ ଲଗାତାର ଭାବେ ସଲମାନଙ୍କ ଏକ ଚଳଚ୍ଚିତ୍ର ଇଦ ଅବସରରେ ମୁକ୍ତିଲାଭ କରୁଥିଲା ।


