କରୋନା ପାଇଁ ସିରମ୍‍ ସର୍ବେକ୍ଷଣ

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ର ପ୍ରଭାବ ବିସ୍ତାର ଏବଂ ସଂକ୍ରମଣକୁ ଅତି ନିକଟରୁ ନିରୀକ୍ଷଣ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ରକ୍ତମସ୍ତୁ ସର୍ବେକ୍ଷଣ ବା ସିରମ୍‍ ସର୍ଭେ ଆରମ୍ଭ କରାଯାଇଛି । କିଛି ବଛା ବଛା ଜିଲ୍ଲାରେ ଲୋକଙ୍କ ଠାରେ ସମ୍ଭାବ୍ୟ ଅଧିକ ସଂକ୍ରମଣ ପ୍ରବଣତା ଏବଂ କମ ସଂକ୍ରମଣ ପ୍ରବଣତା ଜାଣିବା ପାଇଁ ଏପରି ସର୍ବେକ୍ଷଣ ଆରମ୍ଭ ହୋଇଥିବା ଜଣାଯାଇଛି । ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦେଶରେ ଚାଲିଥିବା ନିୟମିତ ନମୁନା ପରୀକ୍ଷଣ ସାଙ୍ଗକୁ ଏହି ସିରମ ସର୍ଭେ ଜାରି ରହିବ । ଏହା ଦ୍ୱାରା ଦେଶର କୌଣସି ଅଞ୍ଚଳରେ ବି କୋଭିଡ-୧୯ ର ଗତି ବିଧି ଲକ୍ଷ୍ୟ କରାଯିବା ସହ ଏହାର ଗଣସଂକ୍ରମଣକୁ ମଧ୍ୟ ରୋକାଯାଇପାରିବ ସାଧାରଣତଃ ଘନୀଭୂତ ରକ୍ତଠାରୁ ପୃଥକ ହୋଇପାରୁଥିବା ଜଳୀୟ ଅଂଶକୁ ସିରମ ବା ରକ୍ତମସ୍ତୁ କୁହାଯାଏ । ତେବେ ଏହି ସିରମ ସର୍ଭେରେ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକଙ୍କ ସିରମକୁ ହିଁ ପରୀକ୍ଷା କରାଯିବ । ସେଥିରେ ଜିଲ୍ଲା ସ୍ତରରେ କରୋନା ଭୂତାଣୁ ସାର୍ସ-କୋଭ-୧୯ ର ସଦ୍ୟ ଗତିବିଧି ଏବଂ ସମ୍ଭାବ୍ୟ ସଂକ୍ରମଣ ସମ୍ପର୍କରେ ଆକଳନ କରିହେବ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଦ୍ୱାରା ମିଳିତ ଭାବେ କରାଯାଉଥିବା ଏହି ସର୍ବେକ୍ଷଣରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରମୁଖ ଔଷଧ କମ୍ପାନୀ ସାମିଲ ହୋଇଛନ୍ତି । ଏଥିରେ ସପ୍ତାହକୁ ମୋଟ ୨୦୦ଟି ରକ୍ତମସ୍ତୁ ନମୁନା ଏବଂ ମାସକୁ ୮୦୦ଟି ନମୁନାର ପରୀକ୍ଷା ହେବାକୁ ଥିବା ବେଳେ ସେଥିରୁ ଅତିକମରେ ସପ୍ତାହକୁ ୧୦୦ଟି ଓ ମାସକୁ ୪୦୦ଟି ନମୁନା ଅତିସଂକ୍ରମଣଶୀଳ ଜିଲ୍ଲାଗୁଡ଼ିକରୁ ସଂଗ୍ରହ କରାଯିବ ବୋଲି କୁହାଯାଇଛି । ସେହିପରି ଅପେକ୍ଷାକୃତ କମ ସଂକ୍ରମଣ ପ୍ରବଣ ଅଞ୍ଚଳରୁ ଅତିକମରେ ସପ୍ତାହକୁ ୫୦ଟି ଓ ମାସକୁ ୨୦୦ଟି ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ସର୍ବେକ୍ଷଣ ଆରଟି-ପିସିଆର ଏବଂ ଏଲିସା ଆଣ୍ଟିବଡ଼ି କିଟକୁ ମିଳିତ ଭାବେ ବ୍ୟବହାର କରାଯିବାକୁ ଥିବା ବେଳେ ନମୁନା ହିସାବରେ ଗଳା ଓ ନାସାର ସ୍ୱାବ ନିଆଯିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ