କରୋନା ପାଇଁ ୧୩୨ ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ୨୪ ଟି ରାଜ୍ୟର ୩୯୯ ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି । ଗତ ୧୦ ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା ୧୩୨ ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ ୧୪୫୨୨ ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ ୪୨୮୧ ସ୍ୱୟଂସହାୟିକା ଗୋଷ୍ଠୀର ୨୧,୦୨୮ ସଦସ୍ୟା ଏହି ୧୦ ଦିନ ମଧ୍ୟରେ ୨୫ ଲକ୍ଷ ୪୧ହଜାର ୪୪୦ଟି ମାସ୍କ ଉତ୍ପାଦିତ କରିଛନ୍ତି । ତାମିଲନାଡୁର ୩୨ ଜିଲ୍ଳାରୁ ୧୯୨୭ ସ୍ୱୟଂସହାୟିକା ଗୋଷ୍ଠୀର ୧୦,୭୮୦ ସଦସ୍ୟା ଏହି ସମୟରେ ଉତ୍ପାଦନ କରିଛନ୍ତି ୨୬ ଲକ୍ଷ ୧୭ ହଜାର ୩୫ ମାସ୍କ । ବିହାର, ଛତିଶଗଡ, ଗୁଜରାଟ ,କେରଳ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଉତ୍ତର ପୂର୍ବାଚଂଳର ଅନେକ ରାଜ୍ୟରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାମରେ ଲାଗିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ