କରୋନା ପ୍ରଭାବ : ଦୁଗ୍ଧ ବ୍ୟବସାୟ ୮ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ : କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଗ୍ଧ ବ୍ୟବସାୟ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ବିଗତ ଏକ ମାସ ମଧ୍ୟରେ ଦୁଗ୍ଧ ବ୍ୟବସାୟରେ ପ୍ରାୟ ୮.୮ ପ୍ରତିଶତର ହ୍ରାସ ଘଟିଛି । ଜାତୀୟ ଦୁଗ୍ଧଜାତ ଦ୍ରବ୍ୟ ବୋର୍ଡ (ଏନ୍‌ଡିଡିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ ୧୬ରୁ ଏପ୍ରିଲ୍‌ ୧୨ ମଧ୍ୟରେ ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥ ବିକ୍ରି ହ୍ରାସ ପାଇଥିବା ଜଣାପଡିଛି । ଏନ୍‌ଡିଡିବିର ଚେୟାରମ୍ୟାନ୍‌ ଦିଲ୍ଲୀପ ରଥ ଏହି ସୂଚନା ପ୍ରଦାନ କରିଛନ୍ତି । କରୋନା କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବ୍ୟବସାୟରେ ହ୍ରାସ ଘଟିଥିଲେ ମଧ୍ୟ ଏହା ନିରାଶାଜନକ ନୁହେଁ ବୋଲି ରଥ ପ୍ରକାଶ କରିଛନ୍ତି । କରୋନା ପରେ ଦୁଗ୍ଧ ବ୍ୟବସାୟ ପୁନର୍ବାର ଟ୍ରାକ୍‌କୁ ଫେରିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ