କରୋନା ପ୍ରଭାବ : ୧୧.୭ କୋଟି ଶିଶୁଙ୍କୁ ମିଳିମିଳା ବିପଦ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୧୧ କୋଟି ୭୦ ଲକ୍ଷ ଶିଶୁ ମିଳିମିଳା ରୋଗ ଭୋଗିବାର ଆଶଙ୍କା ଦେଖାଦେଇଛି । ଏବେ କରୋନା ବିଶ୍ୱ ମହାମାରୀ ମୁକାବିଲା ପାଇଁ ଶତାଧିକ ଦେଶ ଲକଡାଉନରେ ଥିବାବେଳେ ଶିଶୁମାନଙ୍କୁ ବିଭିନ୍ନ ଟିକାଦାନ ସେବାରେ ଗୁରୁତର ସଙ୍କଟ ଉପୁଜିଛି । ସାଧାରଣତଃ ବିଦ୍ୟାଳୟରେ ବା ବିଭିନ୍ନ ସମାଗମ ସ୍ଥଳରେ ଏକାଦିକ୍ରମେ ବହୁ ସଂଖ୍ୟକ ଶିଶୁଙ୍କୁ ଟିକାଦାନ କରାଯାଇଥାଏ । ସେଭଳି ସ୍ଥିତି ସୃଷ୍ଟି କରିବା ଏବେ ଅସମ୍ଭବ ଥିବା ବେଳେ ମିଳିମିଳା ଜ୍ୱର ମୁଖ୍ୟତଃ ବାଳକ ବାଳିକାମାନଙ୍କ ପାଇଁ ବିପଦର କାରଣ ହେଉଛି ବୋଲି ମିଳିତ ଜାତିସଂଘ ସତର୍କ କରାଇ ଦେଇଛି । ଏବେ ୨୪ଟି ରାଷ୍ଟ୍ରରେ ସାର୍ବଜନୀନ ମିଳିମିଳା ଟିକାଦାନ କାର୍ଯ୍ୟକ୍ରମ ଚାଲିଥିବାବେଳେ ତାହା ବାଧାପ୍ରାପ୍ତ ହୋଇଛି ବୋଲି ୟୁନିସେଫ କହିଛି । ସେଭଳି ଆହୁରି ୧୩ଟି ରାଷ୍ଟ୍ରରେ ଟିକାଦାନ ଠପ ହୋଇଯାଇଛି । ଯାହା ବି ହେଉ ଶିଶୁମାନେ ଯେପରି ସ୍ଥାୟୀ ଭାବରେ ଏହି ଟିକା ନେବାରୁ ବଞ୍ଚିତ ନ ହେବେ, ସେଥିପ୍ରତି ଧ୍ୟାନ ଦେବାକୁ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ