କରୋନା ଯୋଦ୍ଧା ସୁବ୍ରତ କୁମାର

ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା): ମହାମାରୀ କରୋନାରେ ଦେଶ ବିଦେଶ ପ୍ରକମ୍ପିତ ହେଉଥିବା ସମୟରେ ଏବଂ କରୋନା ଆତଙ୍କର ଭୟ ସମସ୍ତଙ୍କୁ ଗ୍ରାସ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଗୁମଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବିଶି ପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ସୁବ୍ରତ କୁମାର ଶତପଥି ଦେଶ କରୋନା ଆକ୍ରାନ୍ତ ଘୋଷିତ ହେବା ଦିନଠାରୁ ନିଜ ଜୀବନକୁ ବାଜି ଲଗେଇ ପ୍ରଚଣ୍ଡ ଖରାକୁ ଭୃକ୍ଷେପ ନକରି ନିଷ୍ଠାର ସହିତ, କାର୍ଯ୍ୟ କରି ଚାଲିଛନ୍ତି । ଗୁମାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଏମିତି ଗାଁ ନାହିଁ, ଏମିତି ଗଳି ନାହିଁ , ଏମିତି ଘର ନାହିଁ ଯେଉଁଠିକି ସ୍ୱାସ୍ଥ୍ୟକର୍ମୀ ସୁବ୍ରତ ବାବୁଙ୍କ ପାଦ ସେଠି ପହଞ୍ଚିନାହିଁ । ସେ ପ୍ରତେକ ଗାଁର ଗଳିକନ୍ଦିରେ ପଶି ଲୋକଙ୍କୁ କରୋନା ରୋଗ ଓ ତାର ନିରାକରଣ ସମ୍ୱନ୍ଧରେ ସାବୁନରେ ହାତ ଧୋଇବା ଠାରୁ ଆରମ୍ଭକରି ସମସ୍ତେ ମାକ୍ସ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ଘରେ ରହିବା ଶପଥ ପାଠ କରାଇବା ଭଳି ସମସ୍ତ କାର୍ଯ୍ୟ ନିଷ୍ଠାର ସହିତ ନିସ୍ଵାର୍ଥପର ସେବା ମନୋଭାବକୁ ଦେଖି ଅଂଚଳବାସି ତାଙ୍କୁ ଧନ୍ୟବାଦ ଦେବା ସଂଗେ ସଂଗେ ଭୁୟସୀ ପ୍ରଶଂସା କରିଛନ୍ତି । କନ୍ଧମାଳ ଜିଲାରେ ଯଦି ସୁବ୍ରତ କୁମାର ଶତପଥିଙ୍କ ଭଳି ନିଷ୍ଠାପର , ନିସ୍ଵାର୍ଥପର ନିର୍ଭିକ କର୍ମଚାରୀ ରହିଥାନ୍ତେ ସରକାର ଙ୍କର ପ୍ରତ୍ୟେକ ସେବା ଜନସାଧାରଣ ଙ୍କ ନିକଟରେ ପହଂଚିବା ସଂଗେ ସରକାରଙ୍କ ସମସ୍ତ ଯୋଜନା ସଫଳ ହିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ