କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ କେତେକ ସରକାରୀ ଅଫିସକୁ ବନ୍ଦ କରାଯାଇଛି

କେନ୍ଦ୍ରାପଡା:ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର କେତେକ ସରକାରୀ କାର୍ଯ୍ୟାଳୟକୁ ଆସନ୍ତା ମାର୍ଚ୍ଚମାସ ୨୯ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବାକୁ ନିର୍ଦେଶ ଜାରି କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାରରାଉତ ପତ୍ର ସଂଖ୍ୟା – ୬୯୮ ତା ୨୨.୦୩.୨୦୨୦ରିଖରେ ନିର୍ଦେଶ ଜାରିକରିଛନ୍ତି ଯେ ଏହି ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ,ସମବାୟ ସମିତି ସମୁହର ସହକାରୀ ନିବନ୍ଧକ, ଉପନିର୍ଦେଶକ ଅବକାରୀ, ଜିଲ୍ଲା ମୁଖ୍ୟ ପଶୁସମ୍ପଦ ଅଧିକାରୀ, ରାଜନଗର ବନଖଣ୍ଡ ଅଧିକାରୀ, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପକେନ୍ଦ୍ର ,ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଉପନିର୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ୟୁନିଟ, ନିର୍ବାହୀ ଯନ୍ତ୍ରୀ ଗ୍ରାମ ଉନ୍ନୟନ ବିଭାଜନ -୧ ଓ ୨, ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଜନ ୧ ଓ ୨, ନିର୍ବାହୀ ଯନ୍ତ୍ରୀ ଜଳସେଚନ ବିଭାଜନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ସହକାରୀ ନିର୍ଦେଶକ ମୃତ୍ତିକା ସଂରକ୍ଷଣ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ବାଣିଜ୍ୟକର ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ +୩ ଡିଗ୍ରୀ କଲେଜ ଗୁଡିକ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ନିର୍ଦେଶନାମା ନମ୍ବର -୧୮ ତା ୨୨.୦୩.୨୦୨୦ରିଖ ଅନୁଯାଇ ମାର୍ଚ୍ଚମାସ ୨୩ତାରିଖରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବାକୁ ନିର୍ଦେଶନାମା ଜାରି କରିଛନ୍ତି । ଏତଦବ୍ୟତିତ ଉପରୋକ୍ତ ସରକାରୀ କାର୍ଯ୍ୟାଳୟ,ବିଦ୍ୟାଳୟ ଓ କଲେଜ ଗୁଡିକର କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟର ସଦର ମହକୁମାରେ ଉପସ୍ଥିତ ରହିବା ସହ ସେମାନଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ ଗୁଡିକ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କ ଉପରିସ୍ତ ଅଧିକାରୀଙ୍କ ଠାରୁ ଫୋନକଲ ପାଇବାର ଅଧଘଂଟା ଭିତରେ ସେମାନେ ଯେପରି କାର୍ଯ୍ୟାଳୟରେ ପହଁଚି ପାରିବେ ସେଥିପ୍ରତି ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ