କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସହରର ସବୁରାସ୍ତା ଜନଶୁନ୍ୟ

କେନ୍ଦ୍ରାପଡା : ସହରର ବଡହାଟ, କାକଟ, ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ,ତିନିମୁହାଣିଛକ, ଦୁହୁରିଆ, କେଶପୁର ବଜାର, ସାନ୍ତସାହି, ମଢିଆଳ, ଇଛାପୁର, ରଥଦାଣ୍ଡ ସମେତ ୫ନମ୍ବର(କ) ଜାତୀୟ ରାଜପଥରେ ଆଜି ସକାଳ ୧୦ଟା ପରେ ଜନଶୁନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନର ବାରମ୍ବାର ଡାକବାଜି ଯନ୍ତ୍ର ଦ୍ୱାରା ନିତ୍ୟାନ୍ତ ଆବଶ୍ୟକତା ନଥିଲେ ବାହାରକୁ ନବାହାରିବା ପାଇଁ ସଚେତନତା ପ୍ରଚାର ଓ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଆଜି ସହରରେ ଏଭଳି ଜନଶୁନ୍ୟତା ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଥିଲା । ସହରର ଉପରୋକ୍ତ ସ୍ଥାନ ସମେତ ଗୋବରୀ କେନାଲବନ୍ଧର ଶିରିଡି ସାଇ ମନ୍ଦିର ଓ ହନୁମାନ ମନ୍ଦିର ନିକଟରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ପାଟ୍ରୋଲିଂ କରି ଜନସାଧାରଣଙ୍କୁ ସଚେତନ କରୁଥିବା ସହ ଘରବାହାରକୁ ନଆସିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ