କରୋନା ଭୂତାଣୁ ସଂକ୍ରମଣ ଜନିତ ସଚେତନତା ସହ ମାସ୍କ ଓ ସାନିଟାଇଜର ବଂଟନ

କେନ୍ଦ୍ରାପଡା (ଚିତରଞ୍ଜନ ଦାସ) : ସାନ୍ତସାହି – ଗଣ୍ଡାଖିଆ ରାସ୍ତାରେ ଚଳପ୍ରଚଳ କରୁଥିବା ଯାତ୍ରୀ ଓ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଏବଂ ପୁରୁଷୋତ୍ତମପୁର ପଂଚାୟତର ବିଭିନ୍ନ ଗ୍ରାମରେ ଆଜି କରୋନା ସଂକ୍ରମଣ ଜନିତ ସଚେତନତା କାର୍ଯ୍ୟକ୍ରମ ସହିତ ମାଗଣା ସାନିଟାଇଜର ଓ ମାସ୍କ ବୀତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଓ ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ ସାନ୍ତସାହି – ଗଣ୍ଡାଖିଆ ରାସ୍ତାର କଂସାରଛକ ଓ ପୁରୁଷୋତ୍ତମପୁର ପଂଚାୟତର ଏରାଛକରେ ରାସ୍ତାରେ ଯାଉଥିବା ପଥଚାରୀମାନଙ୍କୁ ଏବଂ କଂସାର, ଫୋରଡ, ଏଣ୍ଡର, ଏରା,ପୁରୁଷୋତ୍ତମପୁର ପ୍ରଭୃତି ଗ୍ରାମରେ ବୁଲି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ଜନିତ ସଚେତନ କରିବା ସହ ସେମାନଙ୍କୁ ସାନିଟାଇଜର ଓ ମାସ୍କ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, କଂସାର ପଂଚାୟତ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ସମାଜସେବୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ପ୍ରତିଭାପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ