କରୋନା ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ

ମୁମ୍ବାଇ: ସଫଳ ହୋଇଛି ମୋଡର୍ନା କମ୍ପାନୀର କୋଭିଡ-୧୯ ପ୍ରତିଷେଧକ। ଏହାର ପ୍ରୟୋଗ ଫଳରେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିବାରେ ଲାଗିଛି। ଆମେରିକାର ଗବେଷକଙ୍କ ମତନରେ, ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ସୁସ୍ଥ ସ୍ୱଂୟସେବକଙ୍କ ଉପରେ ଟ୍ରାଏ କରାଯାଇଥିଲା। ଟ୍ରାଏଲରେ ଯେଉଁ ଲୋକ ଭ୍ୟାକସିନର ଦୁଇଟି ଡୋଜ ଖାଇଥିଲେ, ସେମାନଙ୍କ ଶରୀରରେ ଭାଇରସ ମାରିବାର ଆଣ୍ଟିବଡି ଉଚ୍ଚମାତ୍ରାରେ ଦେଖିବାକୁ ମିଳିଥିଲା। ଯେଉଁମାନଙ୍କ ଶରୀରରେ ଏହାର ଟେଷ୍ଟ କରାଯାଇଥିଲା, ସେମାନଙ୍କ ଶରୀରରେ କୌଣସି ପ୍ରକାର ପାଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା। କିନ୍ତୁ ଏମାନଙ୍କ ଶରୀରରେ ଥକ୍କାପଣ, ଥଣ୍ଡା ଲାଗିବା, ମାଂସପେଶୀ ଦରଜ ହେବା ଇଂଞ୍ଜେକସନ ଜାଗାରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ଯେଉଁମାନେ ଦୁଇରୁ ଅଧିକ ଡୋଜ ନେଇଥିଲେ ସେମାନଙ୍କ ଠାରେ ଏହି ଲକ୍ଷଣ ବେଶୀ ଦେଖିବାକୁ ମିଳିଥିଲା। ମୋଡର୍ନା ଏପରି ଏକ କମ୍ପାନୀ, ଯିଏକି କରୋନା ଭ୍ୟାକସିନକୁ ମାନବ ପରୀକ୍ଷଣ ୧୬ ମାର୍ଚ୍ଚରୁ ଆରମ୍ଭ କରିଛି। ଭାଇରସର ଜେନେଟିକ ସିକ୍ୱେନ୍ସ ଜାରି ହେବା ପରେ ୬୬ ଦିନ ପରେ ମୋଡର୍ନା କରୋନା ଭ୍ୟାକସିନ ପ୍ରସ୍ତୁତ କରିଥିଲା ଏବଂ ପରୀକ୍ଷଣ ଆରମ୍ଭ କରିଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଆଣ୍ଡ ଇମ୍ଫୋକସିୟସ ଡିସିଜର ନିର୍ଦ୍ଦେଶକ ଡ. ଏଣ୍ଟୋନୀ ଫୋସୀ ଏହି ଖବରକୁ ଶୁଭ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ