କରୋନା ଭୟରେ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ହାଟଡ଼ିହି, : କରୋନା ଏବେ ସାରା ବିଶଷ୍ୱରେ ଭୟର ତାଣ୍ଡବ ରଚିଥିବାବେଳେ ଏଥିରୁ ବାଦ ପଡି ନାହାନ୍ତି କିଛି ତିର୍ଥଯାତ୍ରୀ । ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର କିଛି ବ୍ୟକ୍ତି ଦକ୍ଷିଣ ଭାରତ ବୁଲିବାକୁ ଯାଇ ଫେରିବାପରେ କରୋନା ଭୟରେ ସେମାନଙ୍କୁ ଗାଁକୁ ନଛାଡି ପ୍ରଥମେ ସେମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରାଇବାକୁ ସ୍ଥାନୀୟ ସରପଞ୍ଚ ହାଟଡିହି ବିଡିଓ ମେଡିକାଲ ଅଫିସରଙ୍କୁ ଜଣାଇଥିଲେ । ପରେ ସେମାନଙ୍କୁ ଏକ ଘରେ ରଖାଯାଇ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭ୍ରାମ୍ୟମାଣ ଟିମ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯେଉଁମାନେ ଜ୍ୱର କାଶରେ ପିଡିତ ଅଛନ୍ତି ସେମାନଙ୍କ ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା । ସର୍ବନିମ୍ନ ୧୪ଦିନ ପର୍ଯ୍ୟନ୍ତ ପରିବାର ଠାରୁ ଦୁରେରେ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନଙ୍କୁ କାଶ ଓ ଜ୍ୱର ହୋଇଛି ସେମାନେ ମାସ୍କ ବ୍ୟବାହର କରିବାକୁ କୁହାଯାଇଥିଲା । ଡାକ୍ତର ବିକାଶ କୁମାର ପ୍ରସାଦ, ସୁଦୀପ୍ତା ପଣ୍ଡା, ମଞ୍ଜୁଲତା ପାତ୍ର, ଆୟୁଷ ଡାକ୍ତର ମନୋରମା ସାହୁ ପ୍ରମୁଖ ଲୋକମାନଙ୍କୁ ସଚେଚତନ କରାଇଥିଲେ ।