କରୋନା ଭୟ :ପୌରାଂଚଳ ସମେତ ଗ୍ରାମାଂଚଳରେ ପଡ଼ିଲାଣି ଅସ୍ଥାୟୀ ଫାଟକ

ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ ଓ ଆତଙ୍କିତ । ଦିନକୁ ଦିନ ଏହି ଭୁତାଣୁ ସଂକ୍ରମଣ ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ଦିଗରେ ଏଯାବତ୍ କୌଣସି ପ୍ରତିଷେଧମୂଳକ ଔଷଧ ଆବିଷ୍କୃତ ହୋଇ ପାରିନଥିବା ବେଳେ ଲୋକ ସଚେତନତା ହିଁ ଏହାର ଏକମାତ୍ର ପନ୍ଥା ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ୨୨ ତାରିଖକୁ ସାରା ଭାରତ ବର୍ଷରେ ଜନତା କର୍ଫ୍ୟୁ ଜାରି କରାଯାଇଥିବା ବେଳେ ପରବର୍ତି ଅବସ୍ଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଏପ୍ରିଲ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସାରା ଭାରତବର୍ଷକୁ ଲକ୍‌ଡ଼ାଉନ ଘୋଷଣା କରିଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଫଳରେ ବିଭିନ୍ନ ସହର ଓ ଗ୍ରମାଂଚଳ ଏବେ ଖାଁ ଖାଁ ଲାଗୁଛି । ହିଂଜିଳିକାଟୁ ପୌରାଂଜଳରେ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ରଶି ଓ ବାଉଁଶ ସାହର୍ଯ୍ୟରେ ଅସ୍ଥାୟୀ ଫାଟକ ତିଆରି କରାଯାଇଥିବା ବେଳେ ବ୍ଳକର ବିଭିନ୍ନ ପଂଚାୟତରେ ସଚେତନ ଯୁବଗୋଷ୍ଠୀଙ୍କ ସହାୟତାରେ ସଂପୃକ୍ତ ଗ୍ରାମର ଲକ୍‌ଡ଼ାଉନ କରାଯିବା ସହ ପ୍ରବଶେ ପଥରେ ଅସ୍ଥାୟୀ ଫାଟକ ତିଆରି କରାଯାଇଛି । ଗାଁ ପ୍ରବେଶ ପଥ ଗୁଡ଼ିକରେ ତିଆରି କରାଯାଇଥିବା ଅସ୍ଥାୟୀ ଫାଟକ ନିକଟରେ ଉତ୍ସାହୀ ଯୁବ ଗୋଷ୍ଠୀ ପାଳି କରି ଜଗି ବସୁଛନ୍ତି । ଏପରିକି ଗାଁ ବିଭିନ୍ନ ଦୋକାନ ବଜାର ସମ୍ମୁଖରେ ସାମାଜିକ ଦୁରୁତ୍ୱରକ୍ଷା କରିବା ସକାଶେ ଧଳା ରଙ୍ଗର ଚୁନରେ ୧ମିଟର ବ୍ୟବଧାନରେ ଗୋଲେଇ କରାଯାଇଥିବା ଦେଖିବାକୁ ମିଳିଛି । ଗାଁରୁ କୌଣସି ବ୍ୟକ୍ତିଙ୍କୁ ବାହାରକୁ ଯିବାକୁ ଦେଉନଥିବା ବେଳେ ଅତି ଆବଶ୍ୟକ ସମୟରେ ଯଦି କୌଣସି ବ୍ୟକ୍ତି ବାହାରକୁ ଯାଏ, ତାହେଲେ ତାହାର କାରଣ ଦର୍ଶଶବାକୁ ପଡ଼ିଥାଏ । ବ୍ୟକ୍ତ ଜଣକ କାର୍ଯ୍ୟ ସାରି ଗାଁକୂୁ ଫେରିବା ସମୟରେ ପ୍ରବଶେ ପଥ ଅସ୍ଥାୟୀ ଫାଟକରେ ସାବୁନ କିମ୍ବା ହେଣ୍ଡୱାସରେ ଭଲଭାବେ ହାତ ଧୋଇ ଗାଁକୁ ପ୍ରବେଶ କରିଥାଏ । ଗ୍ରାମାଂଚଳର ଯୁବ ଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ