କରୋନା ମହାମାରୀର ସମୂଳେ ବିନାଶ ହେତୁ ବିଶ୍ଵବ୍ୟାପୀ ଗାୟତ୍ରୀ ମହାମନ୍ତ୍ର ଜପ

ଶାନ୍ତିକୁଞ୍ଜ(ହରିଦ୍ୱାର):ବିଶ୍ଵବ୍ୟାପୀ କରୋନା ମହାମାରୀକୁ ସମୂଳେ ବିନାଶ କରିବା ପାଇଁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ସମଗ୍ର ବିଶ୍ବରେ ଏକ ନିର୍ଦ୍ଦିଷ୍ଟ ସମୟରେ ଗାୟତ୍ରୀ ମହାମନ୍ତ୍ର ଜପ ସହିତ ବିଶ୍ୱର କଲ୍ୟାଣ ନିମନ୍ତେ ସାମୁହିକ ପ୍ରାର୍ଥନା କରିବାକୁ ଆହ୍ୱାନ କରାଯାଇଛି । ଏଥିପାଇଁ ଭାରତୀୟ ମାନକ ସମୟ ସନ୍ଧ୍ୟା ୬ଟା୨୦ମି. ରୁ ୬ଟା୩୦ମି. ପର୍ଯ୍ୟନ୍ତ ଦଶ ମିନିଟ ସମୟ ସ୍ଥିର କରାଯାଇଛି । ପ୍ରତ୍ୟେକ ଦିନ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚବିଶ ଥର ଗାୟତ୍ରୀ ମହାମନ୍ତ୍ର ଜପ ସହ ସାମୁହିକ ପ୍ରାର୍ଥନା କରିବା ପାଇଁ ସଙ୍ଗଠନ ପକ୍ଷରୁ ସମସ୍ତ ସାଧକମାନଙ୍କୁ ସୂଚନା ଦିଆଯାଇଛି । ଏଥି ସହିତ ସନାତନ ସଂସ୍କୃତି ପ୍ରତି ଆସ୍ଥା ରଖୁଥିବା ସମଗ୍ର ବିଶ୍ୱ ସମୁଦାୟ ଏହି ମାନବ କଲ୍ୟାଣ କାର୍ଯ୍ୟରେ ନିଜର ସମୟ ବିନିଯୋଗ କରିବା ପାଇଁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ମୁଖ୍ୟ ଡ଼ଃ ପ୍ରଣବ ପାଣ୍ଡ୍ୟା ଆହ୍ୱାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନର ଆପାତ କାଳରେ ହିନ୍ଦୁମାନଙ୍କ ଜୀବନ ପଦ୍ଧତି , ସାଂସ୍କୃତିକ ଅନୁଷ୍ଠାନ ଏବଂ ଚାଲିଚଳନ ସମଗ୍ର ବିଶ୍ୱପାଇଁ ଶିକ୍ଷାର ବିଷୟ ପାଲଟିଛି । ପାଶ୍ଚାତ୍ୟ ଜଗତରେ ସନାତନ ସଂସ୍କୃତି ପ୍ରତି ଆକର୍ଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗାୟତ୍ରୀ ମହାମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର , ହରେ କୃଷ୍ଣ ହରେ ରାମ ମହାମନ୍ତ୍ର, ସଂସ୍କୃତ ଭାଷାରେ ବିଶ୍ୱଶାନ୍ତି ମନ୍ତ୍ରପାଠ ଏବେ ଲୋକଙ୍କ ଜୀବନଚର୍ଯ୍ୟାର ଅଙ୍ଗ ପାଲଟିଛି । ଲକ୍ ଡାଉନ ସମୟରେ ଜନୈକ ଶ୍ଵେତାଙ୍ଗ ପରିବାରରେ ପିଲାଙ୍କୁ ନେଇ ହରେ କୃଷ୍ଣ ହରେ ରାମ ନାମ ସଂକୀର୍ତ୍ତନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ଚର୍ଚ୍ଚାର ବିଷୟ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବାସୀ ଓଡ଼ିଆ ପରିବାର ଲୋକେ ଏକ ନିର୍ଦ୍ଦିଷ୍ଟ ସମୟରେ ୧୧ଥର ଲେଖାଏଁ ଗାୟତ୍ରୀ ମହାମନ୍ତ୍ର ଜପ କରିବା ଆରମ୍ଭ କରି ଦେଇଥିବା ବିଷୟ ପ୍ରବାସୀ ଲେଖକ ତଥା ଅନୁବାଦକ ସତ୍ୟ ପଟ୍ଟନାୟକ ନିକଟରେ ସମ୍ବାଦ କାର୍ଯ୍ୟାଳୟକୁ ଇମେଲ ଜରିଆରେ ଜଣାଇଛନ୍ତି । ରାସ୍ତାରେ ଯାତାୟାତ ସୁଗମ ହେବାପରେ ବାତାବରଣ ପରିଷ୍କାର ନିମନ୍ତେ ଘରେ ଘରେ ହୋମଯଜ୍ଞର ଆୟୋଜନ କରିବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ଭୁବନେଶ୍ବର ଗାୟତ୍ରୀ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ