କରୋନା ମହାମାରୀ ଓ ଲକ୍ ଡାଉନ୍ ସମୟରେ ରେ ଦି\’ଓଳି ଖାଇବା ପାଇଁ ସଂଘର୍ଷ
ଭବାନୀପାଟଣା:ଯାଯାବର, ଅସହାୟ ଓ ନିରାଶ୍ରୟ ପରିବାର ମାନଙ୍କୁ କିଛି ଯୁବକ ଆଗେଇ ଆସି ଅଟା, ବିସ୍କେଟ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି । ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପାଖରେ ରହୁ ଥିବା ଯାଯାବର, ଅର୍କାବିହାଲି ପଡା ର ନିରାଶ୍ରୟ ଓ ଯାଯାବରଙ୍କ ପରିବାର ବର୍ଗଙ୍କୁ, ରାମସାଗର ପଡାର ଅସହାୟ ମାନଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଯୁବକ ମାନେ ମାନବିକତା କୁ ପାଥେୟ କରି ଲୋକଙ୍କୁ ସାହାଯ୍ୟ କରିବାର ତାଙ୍କ ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।


