କରୋନା ମାଡ଼…ଆକାଶଛୁଆଁ  ପରିବା ଦର

କୋଦଳା,(ଗୁଲସନ୍ କୁମାର କର): କରୋନାକୁ ନେଇ ସାରା ଓଡିଶା ବାରମ୍ବାର ଲକଡାଉନ ଓ ସଟଡାଉନ ହେଉଛି। ଏହାରି ଭିତରେ ଗଞ୍ଜାମ ଜିଲ୍ଲାରେ କରୋନାର ସଂକ୍ରମଣ ମଧ୍ୟ ବଢିଚାଲିଛି ଏବଂ ବେଗୁନିଆପଡା ବ୍ଳକ ଓ କୋଦଳା ଏନଏସି ରେ ମଧ୍ୟ ସ୍ଥିତି ସମାନ। ଅଧିକାଂଶ ଦୋକାନ ମଧ୍ୟ ବନ୍ଦ ରହୁଛି। ଯାତାୟତ ରେ ମଧ୍ୟ କିଛି ପ୍ରତିବନ୍ଧକ ଲଗାଯାଇଛି।ଅଧିକାଂଶ ବେପାରୀ କୋଦଳା ଓ ବେଗୁନିଆପଡା ବଜାରରେ ପରିବା ବିକିଥାନ୍ତି। ଚଳିତବର୍ଷ ଚାଷୀମାନଙ୍କର ପରିବା ଉପରେ କରୋନା ମାଡ଼ ହେଉଛି। କରୋନା ଯୋଗୁଁ ପନିପରିବା ମଧ୍ୟ ଠିକ ସମୟରେ ବଜାରକୁ ଆସିପାରୁନଥିବା ପରିଲିକ୍ଷିତ ହେଉଛି।ଏଥିଯୋଗୁଁ ପରିବା ଦର ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ଶ୍ରମିକମାନେ କାମଧନ୍ଦା ନ ପାଇ ଘରେ ହାତ ବାନ୍ଧି ବସି ରହିଥିବା ବେଳେ ଆକାଶଛୁଆଁ ପରିବା ମଧ୍ୟ କିଣିବାକୁ ଅକ୍ଷମ ହେଉଛନ୍ତି। ବାଇଗଣ,ଟମାଟୋ, ଫୁଲକୋବି,ପୋଟଳ, ଭେଣ୍ଡି,ଗାଜର,ସିମଲା ଲଙ୍କା,ଆଳୁ,ବିନ୍ସ ଏମିତିକି ସବୁ ପନିପରିବା ଅତ୍ୟଧିକ ଚଢା ଦରରେ ବିକ୍ରି ହେଉଥିବାରୁ ସାଧାରଣ ଖାଉଟି ବୋଝ ଉପରେ ନଳିତା ବିଡା ସଦୃଶ ଭାରି ପଡୁଛି। ଏଣୁ ଏଥିପ୍ରତି ସଧାରଣ ଲୋକେ ଦାବି କରିଛନ୍ତି ଯେ ଏହା ଉପରେ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ସମେତ ସ୍ଥାନୀୟ ପ୍ରସାଶନ ଦୃଷ୍ଟି ଦିଅନ୍ତୁ ଏବଂ ପନିପରିବାର ନିର୍ଧାରିତ  ଦର ରଖନ୍ତୁ ,ଯଦ୍ୱାରା ଅହେତୁକ ଦର ବୃଦ୍ଧି ଉପରେ ରୋକ ଲାଗିବ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ