କରୋନା ମିଛ ପ୍ରଚାର, ଜେଲ୍ ଗଲେ ଯୁବକ

ରାଉରକେଲା : କରୋନା ସମ୍ପର୍କିତ କୌଣସି ଗୁଜବ ପ୍ରଚାର ପ୍ରସାର ନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏହାକୁ ଭ୍ରୁକ୍ଷେପ ନ କରି ଫେସବୁକରେ ମିଛ ପ୍ରଚାର କରିଥିବାରୁ ମହମ୍ମଦ ନସୀମ ଅଖତର ନାମକ ଜଣେ ଯୁବକଙ୍କୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ କୁ୍ୟରେସି ମହଲାରେ ରହନ୍ତି ନସୀମ (୩୧) । ନସୀମ ଗତକାଲି ପୂର୍ବାହ୍ନରେ ନିଜ ଫେସବୁକ ପୃଷ୍ଠାରେ କରୋନା ସଂକ୍ରାନ୍ତ ଏକ ବିବାଦୀୟ ପୋଷ୍ଟ କରିଥିଲେ । ଏକ ନିଦ୍ଧିଷ୍ଟ ମନ୍ଦିରରୁ ମାଙ୍କ ଦର୍ଶନ କରି ଫେରିଥିବା ବହୁ ଭକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପୋଷ୍ଟ କରିଥିଲେ । ଏ ନେଇ ପ୍ଲାଣ୍ଟ ସାଇଟ ପୁଲିସ ଖବର ପାଇବା ପରେ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା । ପରେ ଉକ୍ତ ବିବାଦ ପୋଷ୍ଟକୁ ଡିଲିଟ କରାଯାଇଥିଲା । ପୁଲିସ ଅଭିଯୁକ୍ତଙ୍କ ନାଁରେ ମାମଲା (ଦଫା-୧୫୩ (ଏ) / ୨୯୫ (ଏ) ୫୦୪/୫୦୫/୧୮୮ ଆଇପିସି /୬୬ ଆଇଟି ଆକ୍ଟ) ରୁଜୁ କରି ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ