କରୋନା ମୁକାବିଲାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ସାହାୟତା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ତା ୧୨.୦୯.୨୦୨୦ ରିଖ ଦିନ କରୋନା ମୁକାବିଳାରେ ନିଜ ଜୀବନକୁ ବାଜିରେ ଲଗାଇ ନିଜର ପ୍ରାଣ ବଳି ଦେଇଥିବା ଶିକ୍ଷକ ସର୍ଗତଃ କୁଶଧ୍ୱଜ ସେଠୀଙ୍କ ପରିବାର ବର୍ଗଙ୍କୁ ତୁରୁମୁ କ୍ଲଷ୍ଟର ତରଫରୁ ଆର୍ଥିକ ସାହାୟତା ପ୍ରଦାନ କରାଯାଇଛି । ତୁରୁମୁ କ୍ଲଷ୍ଟର ସି.ଆର.ସି.ସି ଶ୍ରୀ ମନୋଜ କୁମାର ଗୌଡ଼ଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ କିଛି ଆର୍ଥିକ ସାହାଯ୍ୟ ନଗଦ ୧୮୫୦୦/- ଟଙ୍କା ଅର୍ଥ ରାଶିକୁ ସ୍ୱର୍ଗତଃ ସେଠୀଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଡି. ରାବଣାମା, ଶିକ୍ଷକ ,ଶ୍ରୀ ସୁଦାମ ଦଳବରା, କାଳି ଚରଣ ସେଠୀ, ଭକ୍ତ ବନ୍ଧୁ ବିଷୋୟୀ, ଧୋବ ଗୌଡ଼, ଅଶ୍ୱିନୀ ମଳିକ ପ୍ରମୁଖ ଉପସ୍ଥିତ ରହି ତୁରୁମୁ କ୍ଲଷ୍ଟର ତରଫରୁ ସଂଗୃହିତ ହୋଇଥିବା ଅର୍ଥ ରାଶିକୁ ପ୍ରଦାନ କରିଥିଲେ ।ଏ ଯାବତ ସରକାରୀ ସହାୟତା ତାଙ୍କ ପରିବାର କୁ ନ ମିଳିଥିବାରୁ ସମସ୍ତେ ସହାୟତା ରାଶି ପ୍ରଦାନ ନିମିତ୍ତ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ