କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି
ଛତ୍ରପୁର, : ମହାମାରୀ କରୋନା ଭୂତାଣୁର ବ୍ୟାପକ ସଂକ୍ରମଣ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ଘୋଷଣା ପରେ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ କରୋନା ପାଇଁ ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କରୋନାକୁ ମୁକାବିଲା ସହ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ତତ୍ପରତା ଆରମ୍ଭ କରିଛି । ଶୁକ୍ରବାରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାବାସୀଙ୍କୁ ସତର୍କତା ରହିବାକୁ ପରାମର୍ଶ ଦେଇଛନ୍ତି । ରେଗୁଲେସନ ଅନୁଯାୟୀ, ସବୁ ସରକାରୀ ହସ୍ପିଟାଲରେ ସିନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ । ସମସ୍ତ ସିନ୍ଦିଗ୍ଧଙ୍କ ସବୁ ପ୍ରକାର ତଥ୍ୟ ହସ୍ପିଟାଲ ରଖିବ । ଯଦି କେହି କରୋନା ସଂପର୍କରେ ଗୁଜବ ପ୍ରଚାର କରନ୍ତି ତାହାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଜରକୁ ଆଣିବାକୁ ଜିଲ୍ଲାପାଳ କହିଛନ୍ତି । ସେହିଭଳି କରୋନାର ଭୟାବହତା ଏବଂ ଜନତାଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସତ୍ତ୍ୱେ ସିନେମା ହଲ୍, ବିଭିନ୍ନ ଉତ୍ସବ, ବହୁ ସଂଖ୍ୟାରେ ଏକତ୍ର ନ ରହିବା ଆଦି ଉପରେ ରୋକ ଲଗାଯାଇଛି । ତାରାତାରିଣୀ ଚୈତ୍ର ଯାତ୍ରାକୁ ସ୍ଥାନୀୟ ଲୋକଙ୍କ ଛଡା ବାହାରୁ ପର୍ଯ୍ୟଟ୍ଟକଙ୍କୁ ମନା ରହିଛି । କରୋନାକୁ ଆଖି ଆଗରରେ ରଖି ଜିଲ୍ଲାରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ଆସନ୍ତାକାଲି ଠାରୁ ପଞ୍ଚାୟତସ୍ତରରେ ହାତ ଧୋଇବା ଏବଂ ପରିମଳ ସାମଗ୍ରୀ ମହଜୁଦ ରଖିବା ପାଇଁ ସଚେତନତା ଚାଲୁ ରହିବ । ଗ୍ରାମ ପଞ୍ଚାୟତ ଗୁଡିକରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଫା ସୁତରା କରି ରଖା ଯିବ । ଯାହାଫଳରେ ସେଠାରେ କରୋନା ନିରୋଧକ ଗୃହ କାର୍ଯ୍ୟକରିପାରିବ । ପ୍ରତ୍ୟେକ ପୈାରସଂସ୍ଥା ଗୁଡିକରେ ଦୁଇଗୋଟି ସ୍ୱତନ୍ତ୍ର କରୋନା ନିରୋଧକ ଗୃହ ପ୍ରସ୍ତୁତ ହୋଇ ରହିବ । ସମସ୍ତ ଡାକ୍ତର ଖାନା ମାନଙ୍କରେ ପୃଥକୀକରଣ କକ୍ଷ ସଜାଗ ରହିବ । ଥଣ୍ଡା କାସ ପିଡିତ ବ୍ୟକ୍ତି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀକୁ ସ୍ୱତ ପ୍ରବୃତ ସୂଚନା ଦେବେ । କେହି ଏହା ଲୁଚାଇଲେ ତାଙ୍କ ବିରୁଦ୍ଧ ବିହୀତ କାର୍ଯ୍ୟାନୁଷ୍ଠାନ ହେବ । ସର୍ବସାଧାରନ ସମାବେଶ ବାରଣ କରାଯାଇଛି । ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ, ମୋ ନିବେଦନ ଏବଂ ଆମ ଗାଁ ତହସିଲ କାର୍ଯ୍ୟକ୍ରମ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ପାନଛେପ ପକାଇବାରୁ ନିବୃତ ରହିବାକୁ କୁହାଯାଇଛି । ସାମାଜିକ ଗଣମାଧ୍ୟମକୁ ଗୁରୁତ୍ୱ ନଦେବାକୁ କୁହାଯାଇଛି । କୈାଣସି ଘରୋଇ ସଂସ୍ଥା କରୋନା ପରୀକ୍ଷା କରିବାକୁ ବାରନ କରାଯାଇଛି । ଜିଲ୍ଲସ୍ତରରେ ଅହରାତ୍ର ନୀୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ସେହିପରି ମିସନ୍ ଶକ୍ତି ମହିଳା ଗୋଷ୍ଠୀଙ୍କ ଜରିଆରେ କରୋନା ଭାଇରସ୍ ସଂକ୍ରାନ୍ତରେ ସଚେତନତା କରାଯିବ । ଜିଲ୍ଲା ପ୍ରଶାସନର ସମସ୍ତ ବୈଠକକୁ ବନ୍ଦ କରାଯାଇ କେବେଳ ଭିଡିଓ କନଫରେନ୍ସିଂ ଜରିଆରେ ଜରୁରୀ କ୍ଷେତ୍ରରେ ଆଲୋଚନା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୮୦-୨୨୨୪୭୯୮, ମୋବାଇଲ ନମ୍ବର ୯୪୩୯୯୮୩୯୫୬ ଏବଂ ରାଜ୍ୟସ୍ତରରେ ୦୬୭୪-୨୩୯୦୪୬୬ ଏବଂ ଟୋଲ୍ ଫି ନମ୍ବର ୧୦୪ କୁ ଏହି ସଂକ୍ରାନ୍ତରେ ସୂଚନା ତଥା ଦୃଷ୍ଟି ଆକର୍ଷଣ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଛତ୍ରପୁର ଓ ବ୍ରହ୍ମପୁର ରେଳ ଷ୍ଟେସନ ରେ ସଚେତନତା ପ୍ରକୋଷ୍ଠ କାର୍ଯ୍ୟକରିବ ।ଅନ୍ୟାମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।