କରୋନା ମୁକାବିଲା ପାଇଁ ଆଇସୋଲେସନ ଵେଡ ପ୍ରସ୍ତୁତ
ଗୋପ,(ଗଣେଶ ଚନ୍ଦ୍ର ବେହେରା):ଗୋପ ନିକଟସ୍ଥ ଗଣେଶ୍ଵରପୁରୁ ଗ୍ରାମ ପଞ୍ଚାୟତ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ ର ମୁକାବିଲା କରିବା ନିମନ୍ତେ ଵ୍ଯାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମା କୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ପଂଚାୟତ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ପଂଚାୟତ ର ପ୍ରତ୍ଯେକ ଗ୍ରାମ ରେ ଵ୍ଯାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୋପ ଥାନା ଅଧୀନସ୍ଥ ଗଣେଶ୍ଵରପୁରୁ ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ପ୍ରସ୍ତୁତ କରାଯାଇଛି। ଏହି କେନ୍ଦ୍ର କୁ ନିୟମିତ ସାନିଟାଇଜ କରାଯିବା ସହ ଏହାର ଦାୟିତ୍ବ ରେ ୩ଜଣ ଓର୍ଚ ମ୍ଯାନ ମୁତୟନ କରାଯାଇଛି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ପାଇଁ ଆକ୍ଯୁଗାର୍ଡ ଵ୍ଯଵସ୍ଥା, ୨୪ ଘଣ୍ଟା ଵିଦ୍ଯୁତ ଵ୍ଯଵସ୍ଥା ପାଇଁ ଇନଭୋଟର,ପରିମଳ ଵ୍ଯଵସ୍ଥା ପାଇଁ ୪ଗୋଟି ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି ମଗ ସହସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ପକ୍ଷରୁ ଅସହାୟ ମାନଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ଏହି ଅବସରରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ବ୍ଯବହାର ଓ ସାନିଟାରୀଯ ସ୍ପ୍ରେ କରିବା ସହ ସରପଞ୍ଚ ଦେବବ୍ରତ ସାହୁ ଘର ଘର ବୁଲି ସଚେତନତା କରୁଛନ୍ତି ।


