କରୋନା ମୁକାବିଲା ପାଇଁ ଗଜପତି ଏସପିଙ୍କ ନିଆରା ପ୍ରୟାସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଏସପି ସାରା ଶର୍ମା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକହିତକର ପ୍ରୟାସ ଆରମ୍ଭ କରି ସେଥିରେ ସଫଳ ହେବା ସହ ବେଶ ଚର୍ଚ୍ଚିତ ହୋଇଛନ୍ତି । ବର୍ତ୍ତମାନ ଗଜପତି ଜିଲ୍ଲାରେ କରୋନାର ସଂକ୍ରମଣକୁ ରୋକିବା ଦିଗରେ ଏକ ନୁତନ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଗଜପତି ଏସପି ସାରା ଶର୍ମା ଏ ନେଇ ସୁଚନା ଦେଇଛନ୍ତି ଯେ, ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାମରୁ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସୀମାକୁ ନିୟନ୍ତ୍ରଣ କରି ଆନ୍ଧ୍ରରୁ ବେନିୟମ ପ୍ରବେଶକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ସୀମାନ୍ତର ସମସ୍ତ ଗ୍ରାମରେ ଥିବା ଆନ୍ଧ୍ର ସୀମାକୁ ଜଗିବା ସହ ସମସ୍ତ ତଦାରଖ କରିବେ । ଆନ୍ଧ୍ରରୁ ଯେ କୌଣସୀ ବ୍ୟକ୍ତି ଗଜପତି ସୀମାକୁ ପ୍ରବେଶ କରନ୍ତି ତେବେ ଏହାର ସଠିକ୍ ଖବର ପୋଲିସକୁ ପହଞ୍ଚାଇ ବିହିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ବିଭିନ୍ନ ଭାବେ ଆନ୍ଧ୍ରରୁ ଗଜପତିକୁ ପ୍ରବେଶ କରୁଥିବା ଲୋକଙ୍କୁ ରୋକା ଯାଇପାରିବ । ଏହାର ମୁଖ୍ୟ କାରଣ ହେଲା, ଗଜପତି ଜିଲ୍ଲା ମୁଖ୍ୟତଃ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ପୋଡଶୀ ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ମାତ୍ର କିଛି କିମି ଦୁରରେ ଥିବା ଆନ୍ଧ୍ରର ଏହି ଅଞ୍ଚଳରେ ଭୟଙ୍କର ସଂକ୍ରମଣ ଦେଖାଦେଇଛି । ଏଠାରୁ ଲୋକେ ବିଭିନ୍ନ ଗଳାବାଟ ଦେଇ ଗଜପତିକୁ ପ୍ରବେଶ କରୁଥିବା ବହୁ ନଜିର ରହିଛି । ଏମାନେ କେବଳ ସୀମାନ୍ତରେ ଥିବା ଗ୍ରାମାଞ୍ଚଳର ଗଳା ରାସ୍ତା ଏବଂ ଆନ୍ଧ୍ର ସୀମା ରାସ୍ତାଦେଇ ଗଜପତିକୁ ଭିନ୍ନ ଭିନ୍ନ ସମୟରେ ଅତ୍ୟନ୍ତ ଗୋପନୀୟ ଭାବେ ଫେରି ଆସୁଛନ୍ତି । ଆନ୍ଧ୍ର ସୀମନ୍ତରେ ନାକାବନ୍ଦୀ ପୋଷ୍ଟ କରି ୨୪ ଘଣ୍ଟିଆ ପୋଲିସ ସଜାଗ ବ୍ୟବସ୍ତା ରହିଛି । ତେଣୁ ଆନ୍ଧ୍ର ଲୋକେ ଏହି ରାସ୍ତାଦେଇ ଫେରି ନ ପାରି ଚୋରା ଓ ଗଳା ରାସ୍ତା ଦେଇ ଗଜପତି ଜିଲ୍ଲାକୁ ପ୍ରବେଶ କରୁଛନ୍ତି । ଏହାକୁ ପ୍ରତିହତ କରିବାକୁ ହେଲେ ଅଞ୍ଚଳବାସୀଙ୍କ ସାହାର୍ଯ୍ୟ ଏକାନ୍ତ ଆବଶ୍ୟକ । ତେଣୁ ଆନ୍ଧ୍ର ସୀମାବର୍ତ୍ତୀ ଗ୍ରାମରେ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏହି ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱେଚ୍ଛାସେବୀ ଭାବେ ବର୍ତ୍ତମାନ ନିୟୋଜିତ ଥିବା ଗ୍ରାମବାସୀମାନେ ଏସପିଙ୍କ ଏହି ପ୍ରୟାସକୁ ସ୍ୱାଗତ କରିବା ସହ ଆନନ୍ଦ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି,କରୋନାକୁ ମୁକାବିଲା କରି ଗଜପତିକୁ କରୋନା ମୁକ୍ତ ଜିଲ୍ଲା ଭାବେ ସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ଏସପି ଆମକୁ ଜେଉଁ ଦାୟିତ୍ୱ ଦେଇଛନ୍ତି ତାହା ଠିକ୍ ଭାବେ ପାଳନ କରିବୁ । କୌଣସି ବ୍ୟକ୍ତି ଗାଁ ଦେଇ ଗଜପତି ସୀମାରେ ପ୍ରବେଶ କଲେ ତାକୁ କାବୁ କରିବା ସହ ପୋଲିସ ଠାରେ ତୁରନ୍ତ ସୁଚନା ପ୍ରେରଣ କରି ବିହିତ ପଦକ୍ଷେପ ଗ୍ରହଣ କରିବାରେ ସହାୟକ ହେବୁ । ବାସ୍ତବିକ ଜିଲ୍ଲା ଏସପି ସାରା ଶର୍ମାଙ୍କ ଏହି ନୁତନ ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ