କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧ଲକ୍ଷ ୪୨ହଜାର ୯୬୧ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଖିଲା ଖାଦ୍ୟ କୁପନ ବଂଟାଯାଇଛି । ଜିଲ୍ଲାର ସମସ୍ତ ୨୪୯ଟି ଗ୍ରାମପଂଚାୟତରେ ୨୮୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୩ହଜାର ୮୬୬ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିଭଳି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳରେ ୧୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୭୦୯ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୧୧ଲକ୍ଷ ୫୭ହଜାର ୬୧୩ ହିତାଧିକାରୀଙ୍କୁ ଏକକାଳିନ ୩ମାସର ଚାଉଳ ବଂଟନ କରାଯାଇଛି । ବିଦେଶରୁ ଆସିଥିବା ଜିଲ୍ଲାର ୫୯୦ଜଣ ପଞ୍ଜିକୃତ ହୋଇଥିବା ବେଳେ ରାଜ୍ୟ ବାହାରୁ ଆସିଥିବା ୮ହଜାର ୯୧୭ଜଣ ଙ୍କୁ ଆଜି ସୁଦ୍ଧା ପଞ୍ଜିକୃତ କରାଯାଇଛି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୩୬ ଜଣ ଅଭିଯୁକ୍ତଙ୍କ ନାମରେ ୮୨ଟି ମାମଲା ରୁଜୁ କରାଯାଇ ୬୮ଟି ବାଇକ, ୧୦ଟି ଚାରି ଚକିଆ ଓ ୨ଟି ଅଟୋରିକ୍ସା ଜବତ କରାଯିବା ସହ ୯୮ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୩୭୭ଜଣ ପଞ୍ଜିକୃତ ରାସ୍ତାକଡ ଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର ୪୭ହଜାର ୧୨୩ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ