କରୋନା ମୁକାବିଲା ପାଇଁ ପୈାରସଂସ୍ଥା ପକ୍ଷରୁ ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିମଧ୍ୟରୁ ପୈାରାଂଚଳର ୨୧ଟି ୱାର୍ଡରେ ମୋଟ ୩ହଜାର ୭୫୬ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କୁ ୪ମାସର ଅଗ୍ରୀମ ଭତ୍ତା ବାବଦ ୭୮ଲକ୍ଷ ୨ହଜାର ଟଙ୍କା ଅର୍ଥାତ ମୋଟ ଅର୍ଥର ୯୮.୭୧ ପ୍ରତିଶତ ସେମାନଙ୍କ ଘରେ ପ୍ରଦାନ କରାଯାଇଛି । ୬୬୮୯ଜଣ ରାସନକାର୍ଡ ହିତାଧିକାରୀଙ୍କୁ ୩୯୦୧କ୍ୱିଂଟାଲ ଚାଉଳ ଓ ଗହମ ଅର୍ଥାତ ୯୮ ପ୍ରତିଶତ ସେମାନଙ୍କ ଘର ନିକଟରେ ପ୍ରଦାନ କରାଯିବା ସହିତ ୬୬୯୬ ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଭାବେ ପ୍ରତ୍ୟେକଙ୍କୁ ଏକହଜାର ଟଙ୍କା କରି ମୋଟ ୬୬ଲକ୍ଷ ୯୬ହଜାର ଟଙ୍କା ଅର୍ଥାତ ୯୮.୮୯ ପ୍ରତିଶତ ପ୍ରଦାନ କରାଯାଇଛି । ସେହିପରି ମାଗଣା ରନ୍ଧାଖାଦ୍ୟ ଆଜିସୁଦ୍ଧା ୮୮୬୦ଜଣଙ୍କୁ ବିଭିନ୍ନ ୱାର୍ଡରେ ପ୍ରଦାନ କରାଯାଇଛି । ପୈାରାଚଂଳ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ୯୧୫ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧ହଜାର ୫ଶହ ଟଙ୍କା କରି ମୋଟ ୧୩ଲକ୍ଷ ୭୨ହଜାର ୫ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହିତ ସହରର୧୭୦ଜଣ ଉଠାଦୋକାନୀଙ୍କୁ ଜଣକା ୩ହଜାରକରି ମୋଟ ୫ଲକ୍ଷ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସହରର ବିଭିନ୍ନ ୱାର୍ଡକୁ ସାନିଟାଇଜ କରାଯିବା ସହିତ ୧୦ଟି ହ୍ୟାଣ୍ଡ ଫଗମ ମେସିନ ଓ ଗୋଟିଏ ଭେଇକିଲ ମାଉଁଟେଡ ଫଗମ ମେସିନ ବିଭିନ୍ନ ୱାର୍ଡରେ ପ୍ରତ୍ୟେକ ସନ୍ଧ୍ୟାରେ ବୁଲି ମଷାଙ୍କୁ ନିରୋଧ ପାଇଁ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତିତ ଇଛାପୁର ଓ ପୁରୁଣା ବସଷ୍ଟାଣ୍ଡରେ ୨ଟି ସାନିଟାଇଜିଂ ଟନେଲ ରଖାଯାଇ ସେହି ବାଟରେ ଯାଉଥିବା ଲୋକମାନଙ୍କୁ ଅଟୋ ସେନସରିଂ ସିଷ୍ଟମ ମାଧ୍ୟମରେ ସାନିଟାଇଜ କରୁଛି । ରାଜ୍ୟରେ ପ୍ରଥମ ପୈାରସଂସ୍ଥା ଭାବରେ ଏଠାରେ ଏଭଳି ଅଟୋ ସେନସରିଂ ସାନିଟାଇଜ ସିଷ୍ଟମ କାର୍ଯ୍ୟକାରୀ ହୋଇଛି । ସହରର ୧୦ଟି ସ୍ଥାନରେ ୫ଶହ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ନିଷ୍ଟା, ଆନ୍ତରିକତା ଓ ପ୍ରଗାଢ ପରିଶ୍ରମ ଯୋଗୁଁ ସହରରେ ଏହିସବୁ ବ୍ୟବସ୍ଥା ସୁରୁଖୁରୁରେ କାର୍ଯ୍ୟକ୍ଷମ ହୋଇ ଆଗେଇ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ