କରୋନା ମୁକାବିଲା ପାଇଁ ବ୍ଲକ ପକ୍ଷରୁ ବ୍ୟାପକ ସତର୍କତା

ହାଟଡ଼ିହି: ହାଟଡିହି ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ଆଇସୋଲେଟେଡ ଗୃହରେ ରହିବା ପାିଁଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଆଜି ସୁଧା ୨୪୨ଜଣ ବ୍ୟକ୍ତି ରାଜ୍ୟ ବାହାରୁ ଆସିଥିବା ନାମ ପଞ୍ଜିକୃତ କରିଥିବାବେଳେ ସେମାନଙ୍କୁ କିପରି ସଙ୍ଗରୋଧ ଭାବେ ରଖାଯିବ ସେଥିପାଇଁ ଆସନ୍ତା କାଲିଠାରୁ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଇସୋଲେଟେଡ କେନ୍ଦ୍ର ଖୋଲାଯାଇ ସେଠାରେ ୧୦ଜଣଙ୍କ ରହିବାର ବ୍ୟବସ୍ଥା କରାଯାଉଛି । ସେହିପରି ପ୍ରତିପଞ୍ଚାୟତରେ ସରପଞ୍ଚ, ପିଇଓ, ଜିଆରଏସ ଓ ଜଣେ ଏସଏସଜି ଗ୍ରୁପର ସଦସ୍ୟାଙ୍କୁ ନେଇ ରେପିଡ ଆକ୍ସନ ଟିମ ଗଠନ କରାଯାଇଛି ।ସେମାନେ ପ୍ରତି ପ୍‌ଚାୟତରେ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକୃତ କରିବା ସହିତ ସେମାନଙ୍କୁ ଆଣି ଆଇସୋଲେଟେଡ କେନ୍ଦ୍ରେ;ର ରଖାଇବାର ବ୍ୟବସ୍ଥା କରାଇବେ । ସେହିପରି ଆସନ୍ତା କାଲିଠାରୁ ପ୍ରତି ଗ୍ରାମରେ ଅତି ଜରୁରୀ ଆବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବା ପାଇଁ ପ୍ରଚାର ପ୍ରସାର କରାଯାଇ ଲୋକଙ୍କୁ ସଚେତନ କରାଯିବ । ଲକଡାଉନ ଯୋଗୁଁ ଗାଁ ଗହଳି ଠାରୁ ସହର ବଜାର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟବସାୟପ୍ରତିଷ୍ଠାନ ଗୁଡିକୁ ଛାଡି ସମସ୍ତ ଦୋକାନ ବନ୍ଦ କରିବାକୁ କଡକଡି କରାଯିବ । ପନିପରିବା, ଗ୍ରୋସରୀ ଓ ମେଡିସିନି ଦୋକାନ ମାନଙ୍କ ସମ୍ମୁଖରେ ଯେପରି ଗହଳି ନହୁଏ ସେଥିପାଇଁ ବ୍ୟବସାୟୀ ମାନଙ୍କୁ ସଚେତନ କରାଯିବ ବୋଲି ବ୍ଲକ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ