କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇବ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର, : ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯେଗ୍ୟା ପଦକ୍ଷେପ । ବର୍ତ୍ତମାନ ଭାରତ ସମେତ ସାରା ରାଜ୍ୟରେ କରୋନା ଯେଉଁଭଳି ଭାବେ ମହାମାରୀର ରୂପ ଧାରଣ କରିଛି, ସେଥିପ୍ରତି ସାଧରଣ ଲୋକଙ୍କୁ ସଚେତନତା କରାଇବା ନିହାତି ଜାରୁରୀ । ଏହି ପରିପ୍ରେକ୍ଷୀରେ ଗତ ତା ୧୩.୩.୨୦୨୦ରିଖ ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସଙ୍କୁ ଭେଟି ସଂଘର ପ୍ରତିନିଧିମାନେ ସାରା ଭାରତରେ ଦେଖା ଦେଇଥିବା କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କୁ ବିନା ପାରିଶ୍ରମିକରେ ପ୍ରାଥମିକ ଚିକିତ୍ସା ସହିତ ସଚେତନତା କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗର ହାତ ବଢାଇବ ବୋଲି ଏକ ଲିଖିତ ଚିଠି (ନଂ-୪୪୦/ଏଏନ୍‌ଏମ୍‌/୨୦୨୦ ତା ୧୩.୩.୨୦୨୦) ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ଇ-ମେଲ୍ ଯୋଗେ ପ୍ରେରଣ କରିଛନ୍ତି । ଏହା ବ୍ୟତୀତ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଯଦି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯେକୌଣସି ମୁହୂର୍ତ୍ତରେ କରୋନା ମୁକାବିଲା ପାଇଁ ନିର୍ଦ୍ଦେଶ ଦିଅନ୍ତି, ତେବେ ଅଣନିଯୁକ୍ତ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ତତ୍‌କ୍ଷଣାତ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଜଣାଇଛନ୍ତି । ଏଥିପାଇଁ ସମସ୍ତ ଜିଲ୍ଲାର ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଏ ଦିଗରେ ପ୍ରସ୍ତୁତ ହୋଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ