କରୋନା ମୁକାବିଲା ସାମଗ୍ରୀ କିଣାରେ ଦୂର୍ନୀତିର ତଦନ୍ତ ହେଉ : ସିପିଆଇଏମ୍‌

ଭୁବନେଶ୍ୱର, : ରାଜ୍ୟରେ କରୋନା ମୁକାବିଲା ପାଇଁ ହେଉଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ସାର୍ବଜନୀନ କରିବା ସକାଶେ ସି.ପି.ଆଇ.(ଏମ୍‌) ପକ୍ଷରୁ ପୂର୍ବରୁ ଏକ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋଭିଡ୍ ସାମଗ୍ରୀ ଯଥା, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) , ମାସ୍କ, ରେପିଡ୍ ଟେଷ୍ଟିଂ କିଟ୍ ଆଦି କିଣାରେ ଦୂର୍ନୀତି ହୋଇଛି । ଏହି ସମସ୍ତ ଦୂର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି ସଂପୃକ୍ତ ଅଫିସରମାନଙ୍କ ବିରୋଧରେ ଦୃତ କାର୍ଯ୍ୟାନୁଷ୍ଠାନ ପାଇଁ ସିପିଆଇଏମ୍ ଦାବି କରିଛି । ଜିଲ୍ଲାମାନଙ୍କରେ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଏବଂ ପ୍ରବାସୀ ଶ୍ରମିକମନାଙ୍କ ମୁଣ୍ଡପିଛା କେତେ ଖର୍ଚ୍ଚ କରାଯାଇଛି ତାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ରାଜ୍ୟ ସରକାର ପ୍ରଥମେ ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ୧୪ ଦିନ ରହଣି ପାଇଁ ଖର୍ଚ୍ଚ ଅଟକଳ କରିଥିଲେ । ଏବେ ସାତ ଦିନ ପରେ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ହେଉଥିବା ବେଳେ ବାକି ୭ ଦିନର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ସ୍ପଷ୍ଟିକରଣ ଦେବା ଦରକାର । ଏତଦ୍‌ବ୍ୟତୀତ ଅଧିକାଂଶ ସଙ୍ଗରୋଧ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ, ପାନୀୟ ଜଳ ଯୋଗାଣ, ପାଇଖାନା ଆଦିରେ ବ୍ୟାପକ ଆସୁବିଧା ଏବଂ ସଙ୍ଗରୋଧ ସରିବା ପରେ ସରକାରଙ୍କ ଘୋଷିତ ୨୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କେବଳ ପ୍ରଚାରରେ ସିମୀତ । କୋଭିଡ୍ ହସ୍ପିଟାଲ ରୂପେ ସରକାରୀ ଖର୍ଚ୍ଚ ସହାୟତାରେ ଯେଉଁ ଘରୋଇ ହସପିଟାଲ ଗୁଡିକୁ ଘୋଷଣା କରାଯାଇଛି, ସେଠାରେ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥାର ଘୋର ଅଭାବର ଅଭିଯୋଗ ମଧ୍ୟ ଆସୁଛି । ଆବଶ୍ୟକ ସଂଖ୍ୟକ ପାଇଖାନା, ଗାଧୁଆ ଘରର ଅଭାବ ସାଙ୍ଗକୁ ପୁରୁଣା ବେଡ୍‌ସିଟ୍ ବ୍ୟବହୃତ ପୋଷାକ ଆଦି ଯୋଗାଣ ହେଉଥିବା ଅଭିଯୋଗ ମଧ୍ୟ ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିବାର ଲୋକେ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ