କରୋନା ଯୁଦ୍ଧରେ ଦମ୍ପତି
ଗଞ୍ଜାମ, (ଓ୍ବାଇଏନ୍ଏସ୍):କରୋନା ଭୁତାଣୁ ସଂକ୍ରମଣ ଲାଗି ଲକଡାଉନ ଜାରି ରହିଛି । ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢି ଚାଲିଛି । ଏହାକୁ ରୋକିବା ପାଇଁ ସରକାର ଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଓ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନେ କରୋନା ଯୋଦ୍ଧା ରୂପେ ବିଭିନ୍ନ କାର୍ଯ୍ୟରେ ତତ୍ଵପରତା ଦେଖାଇଛନ୍ତି। ଏଭଳି ଅବସ୍ଥାରେ ଗଂଜାମ ବ୍ଳକ ରେ ପୂର୍ବରୁ କରୋନା ଯୁଦ୍ଧରେ ଲୋକଙ୍କ ସହଯୋଗ ପାଇଁ ଚାରି ବର୍ଷ ର ଶିଶୁକୁ ଛାଡି ଏକ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ସ୍ୱାମୀ କାର୍ୟ୍ଯ ରେ ନିୟୋଜିତ ଥିବାର ଖବର ପରିବେଷଣ ହୋଇଥିବା ବେଳେ ପୁଣି ଏଗାର ମାସର ଶିଶୁ କି ସମ୍ପର୍କୀୟ ଘରେ ଛାଡ଼ି ସ୍ୱାସ୍ଥ୍ୟସେବାରେ ନିୟୋଜିତ ହୋଇଥିବା ଦେଖିବା କୁ ମିଳିଛି । କିଏ ନିଜର ପରିବାରକୁ ଛାଡି ଲୋକଙ୍କ ସେବାରେ, କିଏ ଲାଗିଛି ତ ଆଉ କିଏ ଶିଶୁ କୁ ଛାଡି, ଆଉ କିଏ ନିଜର ପରିବାର , ଶିଶୁ ପିଲାଙ୍କ ଠାରୁ ଦୂରରେ ରହି ଲୋକ ଙ୍କ ସେବାରେ ଲାଗିଛନ୍ତି । ଏହି ଭଳି ଆଉଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରମ୍ଭା ଏନଏସି ରେ । ଏହି ରମ୍ଭା ସହର ସ୍ଥିତ ସରକାରୀ ମେଡିକାଲ ରେ ଅର୍ଚ୍ଚନା ବିଶ୍ୱାଳ ମହିଳା ସ୍ୱାସ୍ଥ୍ୟ କର୍ମୀ ରୂପେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସ୍ୱାମୀ ସୁଶାନ୍ତ ନାୟକ ଛତ୍ରପୁର ସରକାରୀ ସବଡିବିଜନ ମେଡିକାଲ ରେ ମେଡ଼ିସିନ ବିଭାଗ ର ସ୍ପ୍ରେସଲିଷ୍ଟ ଡାକ୍ତର ରୂପେ କାର୍ଯ୍ୟରତ । କରୋନା ଯୁଦ୍ଧ ଘୁ ଘୁ ହୋଇ ବଢିଚାଲିବା ଫଳରେ ଏହାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦେକ୍ଷପ ମଧ୍ୟରୁ କୋଭିଡି ୧୯,ଓ ଆୟୁଷଲେସନ ସେଲଟର ଅନ୍ୟତମ । ମହିଳା ସ୍ୱାସ୍ଥ୍ୟ କର୍ମୀ ଅର୍ଚ୍ଚନା ପ୍ରତିଦିନ ଏହିସେଲଟର ବୁଲି ଦେଖିବା ସହ ବିଭିନ ଲୋକ ଙ୍କୁ ଘରୁ ନ ବାହାରିବା, ମାସ୍କ ପିନ୍ଧିବା, ହାତ ଥୋଇବା, ସମଦୂରତା ବଜ଼ାଇ ରଖିବା ନେଇ , ସଚେତନତା କରାଉଛନ୍ତି । ସଂକ୍ରମଣ ର ଭୟ ,ଆଶାଙ୍କ ଦୂର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ସେ ନିଜର ଏଗାର ମାସର ଶିଶୁ କୁ ନିଜର ସମ୍ପର୍କୀୟ ଘରେ ଛାଡ଼ି ଦେଇଛନ୍ତି । କରୋନା ଯୁଦ୍ଧ ଆଗରେ ସେ ନିଜର ପରିବାରକୁ ମଧ୍ୟ ହେଜ୍ଞାନ କରିଛନ୍ତି । ଯେଉଁ ସମୟରେ ମା ପାଖରେ ଶିଶୁର ଆବଶ୍ୟକତା ରହିଥାଏ, ସେ ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସେ ତାକୁ ଛାଡି ସମାଜ କାମରେ ନିଜକୁ ନିୟୋଜିତ କରିଛନ୍ତି । ସେହିପରି ତାଙ୍କ ସ୍ୱାମୀ ମେଡ଼ିସିନ ବିଭଗର ପ୍ରଫେସର ଡାକ୍ତର ସୁଶାନ୍ତ ଛତ୍ରପୁର ସରକାରୀ ଉପଖଣ୍ଡ ମେଡ଼ିକାଲ ରେ ମେଡ଼ିସିନ ବିଭାଗର ସ୍ପେସାଲିଷ୍ଟ ରୂପେ କାର୍ଯ୍ୟରତ ଥିବା ବେଳେ ଉଭେୟ ଲକଡାଉନ ଠାରୁ ଯିଏ ଯାହାର କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ରତ ଥିବା ବେଳେ, ସେମାନେ ଲୋକଙ୍କ ପାଇଁ ଆମେ ଅଛୁ ଆପଣ ମାନେ ସୁରକ୍ଷିତ ରୁହନ୍ତୁ , ସଚେତନ ହୁଅନ୍ତୁ, ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି । ଏହା ଜଣାପଡିବା ପରେ ବିଭିନ୍ନ ମହଲରୁ ପ୍ରଶଂସା ର ଚୁଅ ଛୁଟିଛି ।


