କରୋନା ଯୁଦ୍ଧ ରେ ମହାନ ଯୋଦ୍ଧା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କରୋନା ମୁକାବିଲା କ୍ଷେତ୍ରରେ ଘର ଘର କୁ ବୁଲି ଗର୍ଭବତୀ ମହିଳା,ଶିଶୁ ଓ ଗ୍ରାମବାସୀଙ୍କୁ ସଚେତନା କରୁଥିବା ରମା ସାହୁ ଙ୍କୁ ରାଜ୍ୟସରକାର ସମ୍ମାନିତ କରିବେ। ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗ୍ରାମର ଅଙ୍ଗନବାଡି ୧ରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରିଆସୁଛନ୍ତି ରମା ଦୀର୍ଘ ୫ ବର୍ଷଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଏଭଳି ଘଡି ସନ୍ଧି ମୁହୂର୍ତ୍ତ ରେ ଘରେ ଘରେ ପହଞ୍ଚି ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ହେଉ ଅବା ଖାଦ୍ୟ ସାମଗ୍ରୀ ପହଞ୍ଚିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନିତ କରାଯିବା ନେଇ କୋଭିଡ଼ି-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତେ ବାଗିଚୀ ଘୋଷଣା କରିଛନ୍ତି।। ବର୍ତ୍ତମାନ ସମୟ ରେ ଅଙ୍ଗନବାଡ଼ି କେନ୍ଦ୍ର ସବୁ ବନ୍ଦ ରହିଲେ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ଗ୍ରାମର ୨୦୧ ଘରକୁ ଯାଇ ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନେ ଡୋର ଟୁ ଡୋର ବୁଲି କରୋନା ଯୋଦ୍ଧା ଭାବେ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ରେ ନିୟୋଜିତ ହୋଇଛନ୍ତି। ଜଣେ କର୍କଟ ରୋଗୀ ହୋଇଥିଲେ ମଧ୍ୟ ରମା ଆଜି ହାରି ନାହାନ୍ତି ସମାଜ ପାଇଁ ମଣିଷର ଇଛା ଶକ୍ତି ଓ ନିଷ୍ଟା ଆଗ ରେ ସବୁ କିଛି ହାର ମାନିଥାଏ। ଏହି ଘଟଣା ପ୍ରମାଣ କରୁଛି। ସମ୍ମାନିତ କରାଯିବା ନେଇ ମୁଁ ଟିଭି ରୁ ଶୁଣି ବହୁତ ଉତ୍ସାହିତ ଥିବା ବେଳେ ମୁଁ ରାଜ୍ୟର ସମସ୍ତ ଅଙ୍ଗନବାଡି ଓ ଆଶା କର୍ମୀ ମାନଙ୍କ ଏଭଳି ବିପଦ ସମୟ ରେ ନିସ୍ବାର୍ଥ ଭାବେ କାର୍ଯ୍ୟ କରି ଘର କୁ ଯାଇ ଲୋକଙ୍କୁ ଭଲ ଭାବେ ହାତ ଧୋଇବା ପ୍ରଣାଳୀ ଶିଖାଇ ନିଜେ ସଚେତନ ସହ ଅନ୍ୟ କୁ ସଚେତନା କରି ଆମ ରାଜ୍ୟ କୁ କରୋନା ରୋଗ ରୁ ମୁକ୍ତ କରିବା ପାଇଁ ନିବେଦନ କରିଛନ୍ତି। ଏହି ଅବସର ରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସିଡିପିଓ ଶୁଭଶ୍ରୀ ପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରମା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।।