କରୋନା ଯୋଗୁଁ ପିତାବଳୀଙ୍କ ବାର୍ଷିକ ଯାତ୍ରା ବନ୍ଦ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ଶଙ୍କରାଖୋଲସ୍ଥିତ ଗ୍ରାମଦେବତୀ ମା’ ପିତାବଳୀଙ୍କର ବାର୍ଷିକ ଯାତ୍ରା ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ଗୁରୁବାର ଅନୁଷ୍ଠିତ ହୋଇଥାଏ। କରୋନା ପାଇଁ ଚଳିତ ବର୍ଷ ଏହା ବନ୍ଦ କରାଯାଇଛି। ଏହିଦିନ ଗ୍ରାମବାସୀ ନୂଆବସ୍ତ୍ର ପରିଧାନ କରିବାସହ ଘରେ ଘରେ ପିଠାପଣାର ଆସର ସହ ବନ୍ଧୁବାନ୍ଧବଙ୍କ ଭିଡ ଜମିଥାଏ। ଚାରିଦିନ ଧରି ଗାଁ ରେ ନାଚଗୀତ ଚାଲିଥାଏ। ଚଳିତବର୍ଷ କେବଳ ମା’ଙ୍କ ପୂଜକ ସୀମାଞ୍ଚଳ ଦେହୁରି ନୀତିକାନ୍ତି ଅନୁଯାୟୀ ମା’ଙ୍କ ସହ ଗ୍ରାମ ଦେବାଦେବୀଙ୍କୁ ବରଣ କରି କରୋନା ମହାମାରୀରୁ ବିଶ୍ୱବାସୀଙ୍କୁ ରକ୍ଷା କରିବାକୁ ପୂଜାର୍ଚ୍ଚନା କରିଥିଲେ। ବାହକ ଗୋବିନ୍ଦ ଅମାତ୍ୟ ସହଯୋଗ କରିଥିଲେ। ଗ୍ରାମବାସୀ ଘରେ ରହି ଉପବାସ କରି ମା’ଙ୍କୁ ପୂଜାର୍ଚ୍ଚନା କରିଥିବାବେଳେ ଦର୍ଶନ ନ ପାଇ ନିରାଶ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ