କରୋନା ଯୋଦ୍ଧାଙ୍କୁ କରୋନା

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ଯୋଦ୍ଧାଙ୍କୁ କରୋନା କରୋନା ମୁକାବିଲାରେ ଆଗଧାଡିରେ ଯୋଦ୍ଧା ଭଳି କାର୍ଯ୍ୟ କରୁଥିବା ଛତ୍ରପୁର ବ୍ଲକ୍ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ (ପିଏଚ୍‌ଇଓ)ବରୁଣ କୁମାର ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ମୁକାବିଲା ପାଇଁ ସେ ଗତ ମାର୍ଚ୍ଚମାସ ଠାରୁ ନିଷ୍ଠାର ସହ ସେବା ଯୋଗାଇ ଆସୁଥିଲେ । ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଠାରୁ ଆରମ୍ଭ କରି ଟ୍ରେନ୍ ଓ ବସ୍‌ରେ ଫେରିଥିବା ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ୍ ପରୀକ୍ଷା, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ କୋଭିଡ୍ କେୟାର ସେଣ୍ଟର ଓ ହୋମ୍ ଗୁଡିକରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମକୁ ତଦାରଖ । ବ୍ଲକ ଓ ଏନ୍‌ଏସି ପ୍ରଶାସନ ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଂକ୍ରମଣ ନ ହେବାପାଇଁ ସ୍ୱାସ୍ଥ୍ୟଜନିତ ବିଭିନ୍ନ ସଚେତନତା ବାର୍ତ୍ତା ପହଞ୍ଚାଇବା ଆଦି ବିଭିନ୍ନ ସେବା ଯୋଗାଇବାରେ ଦିନରାତି ଏକ କରିଥିବା ଯୋଦ୍ଧା ଶ୍ରୀ ପାଣିଗ୍ରାହୀ ଆଜି ସଂକ୍ରମିତ ହୋଇଛନ୍ତି । ସେ ଜଣେ ପରୋପକାରୀ ଏବଂ ସାମାଜିକ କର୍ମୀ ଭାବେ ମଧ୍ୟ ପରିଚିତ ରହିଛନ୍ତି । ସେ ନିଜ ହାତ ଖର୍ଚ୍ଚରୁ ବହୁ ଆଗଧାଡିରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ଅଙ୍ଗନବାଡି ଓ ଆଶା କର୍ମୀ ମାନଙ୍କୁ ମାସ୍କ, ପିପି କିଟ୍ ବଂ ସାନିଟାଇଜର ବଣ୍ଟନ କରିଥିବା ନଜରକୁ ଆସିଛି । ଗତ କିଛି ଦିନତଳେ ଛତ୍ରପୁର ଉପକାରାଗାର ଅର୍ନ୍ତେବାସୀଙ୍କ ନିମନ୍ତେ ଶହେ ରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ କରିଥିଲେ । ଏଣୁ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ , ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣ ଶ୍ରୀ ପାଣିଗ୍ରାହୀଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ