କରୋନା ଯୋଦ୍ଧାଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ କଲେ ସାଂସଦ

ବନ୍ତ,(ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ବନ୍ତ ବ୍ଲକ ପରିସରରେ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ତରଫରୁ କରୋନା ଯୋଦ୍ଧା ଅଧିକାରୀ, କର୍ମଚାରୀ, ଅଙ୍ଗନୱାଡି କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ମାସ୍କ, ସାନିଟାଇଜର, ଟୋପି ଓ ସାବୁନ୍ ଆଦି ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ସମ୍ପୃକ୍ତ ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ଲୋକ ମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଡିଓ ରେବେକା ବିଲୁଙ୍ଗ, ସମନ୍ୱିତ ସିଡିପିଓ ରେଣୁବାଳା ଦାଶ, ମିଶନ ଶକ୍ତିର ବିପିସି ଚିରଞ୍ଜୀବ୍ ଦାସଙ୍କ ସମେତ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏଥିରେ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଜିଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ହେମନ୍ତ ମଲ୍ଲିକ, ଦେବଦତ୍ତ ଜେନା, ସଞ୍ଜୀବ୍ ଦାସ, ଗଣନାଥ ବେହେରା, ରବିନ୍ଦ୍ର ସେଠୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ