କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଉତ୍କଳୀୟମ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସଂଗଠନ ସମ୍ପାଦକ ସୁନିଲ କୁମାର ମହାପାତ୍ର ଓ ବଳଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ସମାଜସେବୀ ପାର୍ଥସାରଥି ବେହେରାଙ୍କ ଦ୍ୱାରା ଶୁକ୍ରବାର ମଧ୍ୟାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ବିଶ୍ୱ ଚର୍ଚ୍ଚିତ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଭୂକ୍ଷେପ ନକରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରକୁ ଆସୁଥିବା ପ୍ରବାସୀମାନଙ୍କ ରହିବା,ଖାଇବା ଓ କର୍ତ୍ତବ୍ୟରତ ଶିକ୍ଷକମାନଙ୍କର ସୁବିଧା ଅସୁବିଧା,ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ରକ୍ଷଣାବେକ୍ଷଣ ବୁଝିବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରୁଛନ୍ତି । କେନ୍ଦ୍ରାପଡା ମହାବିଦ୍ୟାଳୟରେ ରାତିରେ ରହି ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏଭଳି ଅକ୍ଳାନ୍ତ ପରିଶ୍ରମ ଓ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ପାଇଁ ଶିକ୍ଷକ ମହଲରେ ଶ୍ରୀ ସିଂ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପିତବାସ ପଣ୍ଡା, ବନମାଳି ନାୟକ, ପ୍ରଭାକର ବେହେରା, ମହିମା ପ୍ରକାଶ ଭୂୟାଁ, ଦିଲ୍ଲିପ କୁମାର ସ୍ୱାଇଁ, କିଶୋର କୁମାର ସାହୁ, ସ୍ମୃିତା ପ୍ରତିଭା ସାହୁ, ବ୍ରହ୍ମାନନ୍ଦ ସ୍ୱାଇଁ, ଭାଷ୍କର ଚନ୍ଦ୍ର ଗାହାଣ, ଶତୃଘ୍ନ ସାହୁ, ପ୍ରଶାନ୍ତ କୁମାର ସ୍ୱାଇଁ, ନିଶିତ ବାରିକ, ରାଜେନ୍ଦ୍ର କୁମାର ବାରିକ, ସୁବାଷ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ବାରିକ, ସତ୍ୟଜିତ ସ୍ୱାଇଁ, ପ୍ରଦୀପ କୁମାର ସ୍ୱାଇଁ, ଚିତ୍ତରଞ୍ଜନ ମହାନ୍ତି, ବିମ୍ବାଧର ଦାସଙ୍କ ସମେତ ଅନେକ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ