କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲେ ରାଜ୍ୟ ବିଜେଡି ମହିଳା ସଂପାଦିକା 

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ରାଜ୍ୟ ବିଜେଡି ମହିଳା ସଂପାଦିକା ସୁଜାତା ଜେନାଙ୍କ ପକ୍ଷରୁ ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତର କରୋନା ଯୋଦ୍ଧା ସରପଞ୍ଚ ସତ୍ୟପ୍ରିୟା ଜେନା, ସାମ୍ବାଦିକ ସତ୍ୟଜିତ୍ ନାୟକ ଓ ଦୈନିକ ରନ୍ଧାଖାଦ୍ୟ ଯୋଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ପି.ଡି.ଏସ୍ ବଣ୍ଟନ କରୁଥିବା ସମସ୍ତ କର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଛି । ସେହିପରି ଶ୍ରୀମତୀ ଜେନା ମନହରପୁର ଗ୍ରାମର ଅଗ୍ନିବିପନ୍ନ ଲକ୍ଷ୍ମଣ ରାଉତଙ୍କ ଘରେ ପହଞ୍ôଚ ଆର୍ଥିକ ସହାୟତା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବସନ୍ତିଆ ପଞ୍ଚାୟତ ବିଜେଡି ସଭାପତି ବସନ୍ତ ବେହେରା, ପ୍ରଦୀପ ପଣ୍ଡା, ଚିନ୍ତାମଣି ଜେନା, ଶମ୍ଭୁନାଥ ମହାନ୍ତି, ରଜତ କୁମାର ମଇକାପ, ଗଣେଶ ପଣ୍ଡା, ବାପୁନ୍ ପଣ୍ଡା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ