କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ନେତା, ଅଧିକାରୀ, ସାଧାରଣ ଜନତା

ବନ୍ତ, (ଚାନ୍ଦିନୀ ମହାନ୍ତି) : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ନେତା, ଅଧିକାରୀ ଓ ସାଧାରଣ ଜନତା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି । ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସଂପାଦକ ସୁବାଷ ଦାସ, ଅଧ୍ୟାପକ ଡଃ.ସୁଧାଂଶୁ ନାୟକ, ଆଇନଜୀବି ମାଧବାନନ୍ଦ ଦାସ, ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ହୃଦୟ ରଞ୍ଜନ ମହାପାତ୍ର, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କାଙ୍କ ସମେତ ପ୍ରାୟ ୩୦୦ ଜନତା ସାମାଜିକ ଦୂରତ୍ୱ ରକ୍ଷା କରି ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ଓଡଙ୍ଗ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ ୯୫ ଜଣ ଅନ୍ତେବାସୀଙ୍କ ସମେତ ସମସ୍ତ ଟିଏମସି ସଭ୍ୟ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ସମବେତ ସଙ୍ଗୀନ ଗାନ କରିଥିଲେ । ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡିଓ ରେବେକା ବିଲୁଙ୍ଗ, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ନିଶାକର ଖୁଣ୍ଟିଆଙ୍କ ସମେତ ସମସ୍ତ କର୍ମଚାରୀ ସମବେତ ସଂଗୀତ ଗାନ କରିଥିଲେ । ଗଣିଜାଙ୍ଗ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣିଜାଙ୍ଗ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର, ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ର, ନିଳୋକ ହାଇସ୍କୁଲ, ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ, ରାଣୀପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଭଗାରାମ ୟୁ.ପି.ଏମ.ଇ ସ୍କୁଲ, ବିଶଲକଣା ପ୍ରାଥମିକ ବିଦ୍ୟାଳୟ, କାଦବରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡବର୍ଚ୍ଚିକୟାଁସ୍ଥିତ ଚିନ୍ତାନାରାୟଣ ସରକାରୀ ଉପ୍ରା ବିଦ୍ୟାଳୟ, ବାଙ୍କତୀରା ଉପ୍ରା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମବେତ ସଂଗୀତ ଗାନ କରିଥିଲେ । ସେହିପରି ବିଜୁ ଯୁବବାହିନୀ, ସିଏଫଡବ୍ଲ୍ୟୁଏସଡି ସ୍ୱେଚ୍ଛାସେବୀ ସଙ୍ଗଠନ, ଜଗତଜ୍ୟୋତି ମହିଳା ମହାସଂଘ ପକ୍ଷରୁ ସମବେତ ସଙ୍ଗୀତ ଗାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ