କରୋନା ଯୋଦ୍ଧା ଆକ୍ରାନ୍ତ ନେଇ ବିଶୋଇ ପଞ୍ଚାୟତରେ ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ସଟ୍ ଡାଉନ୍

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଏହାକୁ ନେଇ ଅଂଚଳବାସି ଓ ଜିଲ୍ଲା ପ୍ରଶାସନର ତଥା ଗୁଡମ ହୋଇଗଲାଣି । ଗୁରୁବାର ଦିନ ବିଶୋଇ ତହସିଲଦାର ସମେତ ବିଶୋଇ ବ୍ଲକର ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର ଆକ୍ରାନ୍ତ ରିପୋର୍ଟ ଆସିଲାପରେ ଜିଲ୍ଲା ପ୍ରଶାସନ ,ପୋଲିସ ଓ ସ୍ଥାନୀୟ ସରପଞ୍ଚ ସଟ୍ ଡାଉନ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଶୋଇ ବଜାର,ଛକ ଏକ ଜନଗହଳି ଅଂଚଳ ।ଏହି ତ୍ରିକୋଣୀୟ ବଜାର ଛକ ଦେଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ସାଧାରଣ ଲୋକେ ଯିବା ଆସିବା କରନ୍ତି ।ତଦସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏଠାରେ ଅବସ୍ଥିତ । ତେଣୁ ଜନତାଙ୍କ ଜୀବନ ସୁରକ୍ଷା ନେଇ ବିଶୋଇ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ କିସିରି ନାଏକ ବିଡ଼ିଓ , ପୋଲିସ, ଅଂଚଳବାସିଙ୍କ ସହିତ ପରାମର୍ଶ କରି ଶୁକ୍ରବାର ସକାଳ ୬ ଘଟିକା ରୁ ମଙ୍ଗଳବାର ସଂଧ୍ୟା ୫ ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।ତଦସହ କୋଭିଡ -୧୯ ଆଇନକୁ କଡାକଡି ଭାବେ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ